www.samajalive.in
Sunday, December 7, 2025
18.1 C
Bhubaneswar

ଜାତୀୟ ସାହସିକତା ପୁରସ୍କାର- ୨୦୧୮ ଘୋଷିତ; ଓଡ଼ିଶାରୁ ପୁରସ୍କୃତ ହେବେ ୪

ନୂଆଦିଲ୍ଲୀ : ଓଡ଼ିଶାର ସିତୁ ମଲ୍ଲିକ, ଝିଲି ବାଗ, ରଞ୍ଜିତା ମାଝୀ ଓ ବିଶ୍ୱଜିତ ପୁହାଣଙ୍କୁ ଚଳିତ ବର୍ଷର ଜାତୀୟ ଶିଶୁ ସାହାସିକତା ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜାତୀୟ ସାହାସିକତା ପୁରସ୍କାର ପାଇଁ ଚଳିତ ବର୍ଷ ଦେଶରେ ସମୁଦାୟ ୨୧ ଜଣ ଶିଶୁଙ୍କ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୪ ଜଣ ଶିଶୁ ତାଲିକାରେ ସ୍ଥାନ ପାଇଛନ୍ତି। ସିତୁ ମଲ୍ଲିକଙ୍କୁ ସମ୍ମାନଜନକ ବାପୁ ଗିଧୱାନୀ ସମ୍ମାନରେ ସମ୍ମାନିତ କରାଯିବ। ଗତ ୨୦ ଫ୍ରେବୃଆରୀ ୨୦୧୮ରେ କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ କନ୍ଦିରା ଗ୍ରାମର ୧୪ ବର୍ଷ ୮ ମାସର ଶିଶୁ ସିତୁ ମଲ୍ଲିକ ଅତ୍ୟନ୍ତ ସାହସିକତାର ସହ ତାର ମାମୁଁ ବିନୋଦ ମଲ୍ଲିକଙ୍କୁ କୁମ୍ଭୀର ଆକ୍ରମଣରୁ ରକ୍ଷା କରିଥିଲା। ହାତ ଧୋଇବା ପାଇଁ ଯାଇଥିବା ବିନୋଦ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ପାଣି ମଧ୍ୟକୁ କୁମ୍ଭୀର ଟାଣି ନେଉଥିବା ବେଳେ ସିତୁ
ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ଟର୍ଚ୍ଚ ଲାଇଟରେ କୁମ୍ଭୀର ଧ୍ୟାନ ହଟାଇବାକୁ ଚାହିଁଥିଲା। ପରେ ଏକ ବାଉଁଶରେ କୁମ୍ଭୀର ମୁଣ୍ଡକୁ ପିଟି ଦେବାରୁ ବିନୋଦର ହାତକୁ କୁମ୍ଭୀର ଛାଡ଼ି ଦେଇ ପାଣି ମଧ୍ୟକୁ ପଳାଇଥିଲା ଏବଂ ବିନୋଦର ଜୀବନ ବଞ୍ଚି ଯାଇଥିଲା।
ଗତ ୧୪ ଅଗଷ୍ଟ ୨୦୧୭ରେ ଜଗତସିଂପୁର ଜିଲା ବାଲିକୁଦା ଅଞ୍ଚଳର ଇଚ୍ଛାପୁର ଗ୍ରାମରେ ପାଞ୍ଚ ବର୍ଷ ବୟସର ମାମୁନି ବିଶ୍ୱାଳ ଖେଳିବା ବେଳେ ମାଛଗାଁ କେନାଲରେ ତାର ଗୋଡ଼ ଖସି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଜଣେ ଝିଅ ପାଟି କରିବାରୁ ନିକଟରେ ଉପସ୍ଥିତ ୧୦ ବର୍ଷ ୪ ମାସ ବୟସର ବିଶ୍ୱଜିତ ପୁହାଣ ପାଣି ମଧ୍ୟକୁ ଡେହିଁ ପଡ଼ି ୬-୭ ଫୁଟ ଗଭୀର ଜଳରୁ ବୁଡ଼ି ଯାଉଥିବା ମାମୁନିକୁ ଉଦ୍ଧାର କରିଥିଲା।
ସୋନପୁର ଜିଲା ତରଭା ଅଞ୍ଚଳର ୮ ବର୍ଷ ୨ ମାସ ବୟସର ଝିଲି ବାଗ ଏକ ଅପରିତ୍ୟକ୍ତ କୂପ ମଧ୍ୟରେ ପଡ଼ି ଯାଇଥିବା ନିଜ ସାନ ଭଉଣୀ ମିଲିକୁ ଉଦ୍ଧାର କରି ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା। କୂଅରେ ପଡ଼ି ଯାଇଥିବା ମିଲିର ହାତକୁ ଝିଲି ଜୋରରେ ଟାଣି ଧରିଥିଲା। ପରେ ଘର ଲୋକ ଘଟଣାସ୍ଥଳରେ ପହଞ୍ଚି ମିଲିକୁ କୂଅ ବାହାରକୁ ଆଣିଥିଲେ।
କଳାହାଣ୍ଡି ଜିଲାର ତୁରିକେଜିଗୁଡ଼ା ଗ୍ରାମର ୧୨ ବର୍ଷିୟା ବାଳିକା ରଞ୍ଜିତା ମାଝୀ ବାଳ ବିବାହ ଭଳି ସାମଜିକ କୁପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ନିଜ ଠାରୁ ଢ଼େର ବଡ଼ ଜଣେ ମଦ୍ୟପ ସହ ନିଜ ବିବାହକୁ ନିଜେ ଭାଙ୍ଗି ଦେଇଥିଲେ। ଭବିଷ୍ୟତରେ ପାଠପଢ଼ା ଜାରି ରଖିବା ପାଇଁ ନିଷ୍ପତି ନେଇ ଉଦାହରଣ ସୃଷ୍ଟି କରିଛନ୍ତି ରଞ୍ଜିତା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories