୧୪ ଓଡିଶା ବାଟାଲିୟନ ଏନ୍ସିସିର ବାର୍ଷିକ ତାଲିମ
କେନ୍ଦୁଝରଗଡ଼଼: କେନ୍ଦୁଝର ପୁରୁଣାସହରସ୍ଥିତ ଓଏସ୍ଏପି ବାଟାଲିୟନ ପରିସରରେ ୧୪ ଓଡ଼ିଶା ବାଟାଲିୟନ ଏନ୍ସିସି କେନ୍ଦୁଝରର ବାର୍ଷିକ ତାଲିମ୍ ଶିବିର ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୬ ତାରିଖରେ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥିଙ୍କୁ ସମାଜ ପ୍ରତି ପୁଲିସର କର୍ତ୍ତବ୍ୟ ଓ ନିଷ୍ଠା ସମ୍ବନ୍ଧରେ ଅବଗତ କରିବା ସହିତ ସମୟର ସଦୁପଯୋଗ କରିବା ପାଇଁ କ୍ୟାଡେଟସମାନଙ୍କୁ ଉପଦେଶ ଦେଇଥିଲେ।
ଏଥିସହ ଅନ୍ଲାଇନ୍ ଗେମ୍ ଏବଂ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ଅତିବାହିତ ନ କରିବାକୁ ପରାମର୍ଶ ଦେଇଥିଲେ। ୧୪ ଓଡ଼ିଶା ବାଟାଲିୟନ ଏନ୍ସିସି କେନ୍ଦୁଝରର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୁର ଘାର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲେଫ୍ଟନାଣ୍ଟ ଦୀପକ କୁମାର ଗିରି ସ୍ୱାଗତ ଭାଷଣ ସହ ଅତିôତ ପରିଚୟ ପ୍ରଦାନ କରିଥିଲେ। ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ ମଞ୍ଚାସୀନ ହୋଇ କ୍ୟାଡେଟସ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ୫୮୦ଜଣ କ୍ୟାଡେଟସ୍ ପ୍ରଶିକ୍ଷଣ ନେଉଛନ୍ତି। ଶେଷରେ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.