www.samajalive.in
Monday, December 8, 2025
20.1 C
Bhubaneswar

ୱାୟନାଡରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରିୟଙ୍କା ଗାନ୍ଧୀ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ବୁଧବାର କେରଳ ୱାୟନାଡରୁ ଲୋକସଭା ଉପନିର୍ବାଚନ ଲଢିବାକୁ ଯାଉଛନ୍ତି। ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏହି ସମୟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ରାହୁଲ ଗାନ୍ଧୀ ୱାୟନାଡରୁ ଲୋକସଭା ନିର୍ବାଚନରେ ଜିତିବା ପରେ ଏହି ଆସନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ନାମାଙ୍କନ ଦାଖଲ କରିବା ପୂର୍ବରୁ ପ୍ରିୟଙ୍କା ଏକ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ଆସନରୁ ନିର୍ବାଚନ ଲଡି ପ୍ରିୟଙ୍କା ରାଜନୀତିରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ଅନ୍ୟ ପ୍ରାର୍ଥୀଙ୍କ ସହ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ଅନେକ ରାଲିକୁ ସମ୍ବୋଧିତ କରିଛନ୍ତି। ଅକ୍ଟୋବର ୨୬ରୁ କଂଗ୍ରେସ ଏଠାରେ ପ୍ରଚାର ଆରମ୍ଭ କରିବେ। ୧୩ ନଭେମ୍ବରରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories