କେହି ଭୟଭୀତ ନ ହୋଇ ସଜାଗ ସହ ନିରାପଦ ରହିବା- ନବୀନ ପଟ୍ଟନାୟକ..

ଭୁବନେଶ୍ୱର : ବାତ୍ୟା ‘ଦାନା’କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ । କେହି ଭୟଭୀତ ନ ହୋଇ ସଜାଗ ସହ ନିରାପଦ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ । ବିପଦ ସମୟରେ ଲୋକଙ୍କ ସହ ରହିବା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆମେ ସମସ୍ତେ ପୂର୍ବ ପରି ବାତ୍ୟା ‘ଦାନା’ର ସଫଳ ମୁକାବିଲା କରି ପାରିବା ବୋଲି କହିଛନ୍ତି ।

Comments are closed.