www.samajalive.in
Monday, December 8, 2025
27.1 C
Bhubaneswar

ହଠାତ୍ ଖରାପ ହେଲା କାର୍ : ମରୁଭୂମିରୁ ମହିଳାଙ୍କୁ ଉଦ୍ଧାର କଲା ଉବେର ଆପ୍‌

ଦୁବାଇ : କୌଣସି ଗନ୍ତବ୍ୟସ୍ଥଳକୁ ଯିବାକୁ ଇଚ୍ଛୁକ ବ୍ୟକ୍ତି ବର୍ତ୍ତମାନ ଓଲା ଓ ଉବେର ଆପ୍‌ ଜରିଆରେ ଟ୍ୟାକ୍ସି କିମ୍ବା ଅଟୋ ଅର୍ଡର କରିବାର ସୁଯୋଗ ପାଉଛନ୍ତି। ତେବେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ର ଦୁବାଇସ୍ଥିତ ଏକ ମରୁଭୂମିରେ ଫସି ଯାଇଥିବା ଜଣେ ମହିଳା ଅନନ୍ୟୋପାୟ ହୋଇ ଶେଷରେ ଉବେର ଆପ୍‌ର ସହାୟତା ଲୋଡିଥିଲେ। କିଛି ସମୟ ମଧ୍ୟରେ ଉବେର କମ୍ପାନୀ ପକ୍ଷରୁ ଏକ ଓଟ ଘଟଣାସ୍ଥଳରେ ପହଞ୍ଚିଥିଲା। ମହିଳା ଜଣକ ସୁରକ୍ଷିତଭାବେ ଉଦ୍ଧାର ପାଇଥିବାରୁ ଉବେର କମ୍ପାନୀକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡିଓ ଅନୁଯାୟୀ ସଂପୃକ୍ତ ମହିଳା ଦୁବାଇ-ହାଟ୍ଟା ରୋଡ୍‌ରେ ଅବସ୍ଥିତ ଅଲ୍‌ ବାଦାୟର ମରୁଭୂମି ବୁଲିବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କ କାର୍‌ ଖରାପ ହେବାରୁ ସେଠାରୁ ଆସିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡିଥିଲା। ତେଣୁ ସେ ଉବେର ଆପ୍‌ ଜରିଆରେ ଏଟିଭି (ଅଲ୍‌ ଟେରେନ ଭେହିକିଲ ଅର୍ଥାତ୍‌ ସବୁ ସ୍ଥାନକୁ ଯାଇପାରୁଥିବା ଯାନ) କିମ୍ବା ଓଟ ପଠାଇବାକୁ ନିଜର ମୋବାଇଲରେ ଅନୁରୋଧ କରିଥିଲେ। ଜଣେ ବ୍ୟକ୍ତି ଓଟ ଧରି ସେଠାରେ ପହଞ୍ଚିବା ପରେ ମହିଳା ଜଣକ ବିସ୍ମିତ ହୋଇପଡିଥିଲେ। ଏତେ କମ ସମୟ ମଧ୍ୟରେ କମ୍ପାନୀ ତରଫରୁ ଏଭଳି ସୁବିଧା ଯୋଗାଇ ଦିଆଯାଇଥିବାରୁ ସାମାଜିକ ଗଣମାଧ୍ୟମରେ ଉବେର କମ୍ପାନୀର ସେବାକୁ ପ୍ରଶଂସା କରାଯାଇଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories