www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶ ଛାଡ଼ିଲେ ହେଜବୋଲ୍ଲା ଉପମହାସଚିବ ନାଏମ କାସେମ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲର ଘନ ଘନ ଆକ୍ରମଣରେ ଦୁଇ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲା ଥରହର ହୋଇପଡ଼ିଛନ୍ତି। ଇସ୍ରାଏଲ ଜଣକ ପରେ ଜଣେ ଦୁଇ ସଂଗଠନର ଟପ୍‌ ନେତାଙ୍କୁ ଟାର୍ଗେଟ କରି ନିପାତ କରିବା ପରେ ଉଚ୍ଚ ପଦବୀରେ ଥିବା ନେତୃବୃନ୍ଦଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା, ଅଲ୍ଲୀ କାରାକୀ, ଉପମୁଖ୍ୟ ନାବିଲ କାଉକ, ମହମ୍ମଦ ସ୍ରୁର, ଇବ୍ରାହିମ କ୍ଵେବୈସି, ଇବ୍ରାହିମ ଆକିଲ ଏବଂ ମହମ୍ମଦ ନାସର ଭଳି ଏକାଧିକ ଟପ ନେତାମାନଙ୍କୁ ଇସ୍ରାଏଲ ନିପାତ କରିବା ପରେ ଅନ୍ୟ ବରିଷ୍ଠ ନେତାମାନେ ଏବେ ଆତ୍ମଗୋପନ କରିବାକୁ ବାଟ ଖୋଜୁଛନ୍ତି। ଏହା ମଧ୍ୟରେ ସଂଗଠନର ଉପ ମହାସଚିବ ନାଏମ କାସେମ ପ୍ରାଣ ବିକଳରେ ଲେବାନନ ଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି। ସେ ଏବେ ଆତ୍ମଗୋପନ ସକାଶେ ତେହରାନରେ ପହଞ୍ଚିଥିବା ସୂଚନା ମିଳିଛି। କେବଳ କାସେମ ନୁହନ୍ତି, ଅନେକ ବଡ଼ ବଡ଼ ନେତୃବୃନ୍ଦ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ୨ ଦିନ ତଳେ ଇସ୍ରାଏଲ ହମାସ ନେତା ୟାହ୍ୟା ସିନଓ୍ବାରକୁ ନିପାତ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories