www.samajalive.in
Tuesday, December 9, 2025
16.1 C
Bhubaneswar

ସଲମାନଙ୍କୁ ଧମକ: ୫ କୋଟି ଦିଅ, ନଚେତ୍‌ ସିଦ୍ଦିକିଙ୍କ ଦଶା ଭୋଗିବ

ମୁମ୍ବଇ: ବଲିଉଡ୍ ଅଭିନେତା ସଲମାନ ଖାନ୍‌ଙ୍କୁ ସାନି ହତ୍ୟା ଧମକ ମିଳିଥିବା ଜଣାପଡିଛି। ମୁମ୍ବଇ ଟ୍ରାଫିକ ପୁଲିସକୁ ମିଳିଥିବା ଏକ ହ୍ବାଟସଆପ୍‌ ବାର୍ତ୍ତାରେ କୁହାଯାଇଛି ଯେ ଯଦି ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଶତ୍ରୁତା ଏଡାଇବାକୁ ଚାହୁଁଥାନ୍ତି, ତେବେ ତୁରନ୍ତ ବଟି ଆକାରରେ ୫ କୋଟି ଟଙ୍କା ଦିଅନ୍ତୁ। ଯଦି ଏଥିରେ ସଲମାନ ରାଜି ନ ହୁଅନ୍ତି, ତେବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଯେପରି ହତ୍ୟା କରାଯାଇଛି, ଏ ତୁଳନାରେ ସଲମାନ ଅଧିକ ଭୟଙ୍କର ପରିଣାମ ଭୋଗିବେ ବୋଲି ବାର୍ତ୍ତାରେ ଧମକ ଦିଆଯାଇଛି। ଏହି ଧମକକୁ ସଲମାନ କଦାପି ହାଲୁକା ଭାବେ ଗ୍ରହଣ ନ କରିବାକୁ ପରାମର୍ଶ ଦିଆଯାଇଛି। ସଲମାନ ଯଦି ଜୀବିତ ରହିବାକୁ ଏବଂ ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ଏଡାଇବାକୁ ଚାହୁଁଥାନ୍ତି, ତେବେ ତାଙ୍କୁ ନିଶ୍ଚିତ ଭାବେ ୫ କୋଟି ଟଙ୍କା ଦେବାକୁ ପଡିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ପରେ ମୁମ୍ବଇ ପୁଲିୁସ ପକ୍ଷରୁ ସଲମାନଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଏଥିସହିତ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଚିହ୍ନଟ କରିବାକୁ ମଧ୍ୟ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏକାଧିକ ଥର ହତ୍ୟା ଧମକ ମିଳିସାରିଛି। ନଭି ମୁମ୍ବଇ ପୁଲିସ ଗତକାଲି ହରିୟାଣାର ପାନିପଥ୍‌ରୁ ଲରେନ୍ସ ବିଷ୍ଣୋଇର ଘନିଷ୍ଠ ସହଯୋଗୀ ସୁଖା ଓରଫ ସୁଖବୀର ବଲବୀର ସିଂହକୁ ଗିରଫ କରିଛି। ସଲମାନଙ୍କୁ ହତ୍ୟା କରିବା ଦାୟିତ୍ବ ସୁଖା ଉପରେ ନ୍ୟସ୍ତ କରାଯାଇଥିବା ପୁଲିସ ଜାଣିବାକୁ ପାଇଛି। ସଲମାନଙ୍କୁ ହତ୍ୟା କରିବାକୁ ୨୫ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିବାବେଳେ ଏକେ-୪୭, ଏମ-୧୬ ପିସ୍ତଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଅଣାଯାଇଥିବା କୁହାଯାଇଛି। ସଲମାନଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମୁମ୍ବଇ ପୁଲିସ ଇତିମଧ୍ୟରେ ବିଷ୍ଣୋଇ ଗ୍ୟାଙ୍ଗର ୧୮ ଜଣ ସଦସ୍ୟଙ୍କ ବିରୋଧରେ ଏତଲା ଦାଏର କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories