ନୂଆଦିଲ୍ଲୀ : ଗାଡି କିଣିବା ସମୟରେ ଲୋକମାନେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇଥାନ୍ତି। ବିଶେଷ କରି ଗାଡିର ରଙ୍ଗକୁ ନେଇ ଅଧିକ ଧ୍ୟାନ ଦେବାକୁ ପଡିଥାଏ। ଏହାକୁ ନେଇ କିଛି ଲୋକମାନେ ଜ୍ୟୋତିଷଙ୍କ ମତ ନେଇଥିବା ମଧ୍ୟ ଦେଖୀବାକୁ ପଡିଥାଏ। କେଉଁ ରଙ୍ଗର ଗାଡି କିଣିଲେ ଭବିଷ୍ୟତ ପାଇଁ ଭଲ ରହିବ ଓ ସମସ୍ତଙ୍କ ଠାରୁ କିପରି ଅଲଗା ଲାଗିବେ। ଏ ସବୁକୁ ଦୃଷ୍ଟିରେ ରଖି ଗ୍ରାହକ ଗାଡି କିଣିବାକୁ ଯାଇଥାନ୍ତି।
ଏକ ରିପୋର୍ଟ ମୁତାବିକ ୨୦୧୮ରେ ଭାରତର ୪୩% ଲୋକ ଧଳା ରଙ୍ଗର ଗାଡି କିଣିଛନ୍ତି। ଅଗ୍ରଣୀ ରଙ୍ଗ କମ୍ପାନୀ ବିଏଏଫ୍ଏସ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ବିଏଏଫ୍ଏସ୍ ମୁଖ୍ୟ ଚିହାରୁ ମନସୁହାରାଙ୍କ କହିବା ଅନୁସାରେ ଧଳା ରଙ୍ଗର ଗାଡି କିଣିବାକୁ ଅଧିକ ପସନ୍ଦ କରିଥାନ୍ତି। ଭାରତରେ ଗରମ ଜଳବାୟୁ ଯୋଗୁଁ ଧଳା ଗାଡି କିଣିଥାନ୍ତି। କାରଣ ଧଳା ରଙ୍ଗ ଗାଡିରେରେ ସହଜରେ ଗରମ ଲାଗିନଥାଏ।
ଏହାବ୍ୟତୀତ ଏହି ରିପୋର୍ଟରେ ଗ୍ରେ ରଙ୍ଗ ଦ୍ୱିତୀୟ ଓ ସିଲଭର ରଙ୍ଗ ତୃତୀୟ ସ୍ଥାନରେ ରହିଛି। ଭାରତରେ ଗରମ ଜଳବାୟୁ ରହୁଥିବାରୁ ଧଳା ରଙ୍ଗର ଗାଡିକୁ ଲୋକମାନେ ଅଧିକ ପସନ୍ଦ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଗ୍ରେ ରଙ୍ଗ ହାଲକା ରହିଥିବାରୁ ଏହାକୁ ଲୋକମାନେ ପସନ୍ଦ କରୁଛନ୍ତି।
ଜାଣିଛନ୍ତି କି କେଉଁ ରଙ୍ଗର ଗାଡିକୁ ଗ୍ରାହକ ଅଧିକ କିଣିଥାନ୍ତି ; ପଢନ୍ତୁ ଏହି ରିପୋର୍ଟ
Popular Categories



