www.samajalive.in
Monday, December 8, 2025
27.1 C
Bhubaneswar

ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶିକା ଜାରି କଲେ ସୁପ୍ରିମକୋର୍ଟ

ଡେସ୍କ: ବାଲ୍ୟ ବିବାହ ନିଷେଧ ଆଇନକୁ ବ୍ୟକ୍ତିଗତ ଆଇନ ଦ୍ୱାରା ବନ୍ଦ କିମ୍ବା ପ୍ରତିରୋଧ କରାଯାଇପାରିବ ନାହିଁ ବୋଲି ଆଜି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ପସନ୍ଦର ଜୀବନସାଥୀ ପାଇବାର ସ୍ୱାଧୀନ ଇଚ୍ଛାକୁ ଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶରେ ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ ରୂପାୟନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।

ଶୁକ୍ରବାର ଏ ସମ୍ପର୍କିତ ରାୟ ଶୁଣାଇବା ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଗୁରୁତ୍ୱାରୋପ କରିଛନ୍ତି ଯେ ବାଲ୍ୟ ବିବାହ ରୋକିବା ଉଦ୍ଦେଶ୍ୟରେ ଜାତୀୟ ଆଇନ କାର୍ଯ୍ୟକାରୀ କରିବାରେ ବ୍ୟକ୍ତିଗତ ଆଇନ ବାଧା ସୃଷ୍ଟି କରିବା ଉଚିତ ନୁହେଁ। ଅପରାଧୀମାନଙ୍କୁ ଶେଷ ଉପାୟ ଭାବେ ଦଣ୍ଡିତ କରିବା ସମୟରେ ବାଲ୍ୟବିବାହ ନିବାରଣ ଓ ନାବାଳକଙ୍କ ସୁରକ୍ଷା ଉପରେ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ବାଲ୍ୟ ବିବାହ ନିଷେଧ ଆଇନରେ କିଛି ତ୍ରୁଟି ରହିଛି। ବାଲ୍ୟ ବିବାହ ରୋକିବା ଏବଂ ସମାଜରୁ ଏହାକୁ ଦୂର କରିବା ପାଇଁ ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ ପ୍ରଣୟନ କରାଯାଇଥିଲା। ଏହି ଆଇନ ୧୯୨୯ର ବାଲ୍ୟ ବିବାହ ନିୟନ୍ତ୍ରଣ ଆଇନର ସ୍ଥାନ ନେଇଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories