www.samajalive.in
Monday, December 8, 2025
20.1 C
Bhubaneswar

ମାରୁତିର ନୂଆ ସଫଳତା, ଏହି କାରଖାନାରେ ପ୍ରସ୍ତୁତ କଲା ୧ କୋଟି ଗାଡି

ନୂଆଦିଲ୍ଲୀ : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ନିଜ ମାନେସର ପ୍ଲାଣ୍ଟରେ ୧ କୋଟି ଗାଡି ଉତ୍ପାଦନ କରି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଏହି ସଫଳତା ପରେ ମାରୁତି ସୁଜୁକି ଉପରେ ଭରସା ରଖିଥିବାରୁ ଗ୍ରାହକଙ୍କୁ ଧନ୍ୟବାଦ ଦେଇଛି କମ୍ପାନୀ । ୬୦୦ ଏକରରେ ବ୍ୟାପିଥିବା ମାରୁତି ସୁଜୁକି ମାନେସର ପ୍ଲାଣ୍ଟର ସଞ୍ଚାଳନର ପ୍ରାରମ୍ଭ ଅକ୍ଟୋବର ୨୦୦୬ରେ ଆରମ୍ଭ ହୋଇଥିଲା । କମ୍ପାନୀ ଏହି କାରଖାନାରେ ବ୍ରିଜା, ଆର୍ଟିଗା, ଏକ୍ସଏଲ୬, ସିୟାଜ, ଡିଜାୟର, ଓ୍ବାଗନଆର୍, ଏସ-ପ୍ରେସୋ ଓ ସେଲେରିଓ ପ୍ରସ୍ତୁତ କରୁଛି ।

ମାରୁତି ସୁଜୁକିର ଜାପାନକୁ ସପ୍ଲାଇ ହେଉଥିବା ପ୍ରଥମ ଯାତ୍ରୀବାହୀ କାର୍ ବଲେନୋର ଉତ୍ପାଦନ ଏହି କାରଖାନାରେ ହୋଇଥିଲା । ମାରୁତି ସୁଜୁକିର ସମୁଦାୟ ଉତ୍ପାଦନ କ୍ଷମତା ପ୍ରାୟ ୨.୩୫ ମିଲିୟନ୍ ୟୁନିଟ୍ ପ୍ରତି ବର୍ଷ । ସ୍ଥାପନ ହେବା ପରଠୁ କମ୍ପାନୀ ଆଜି ପର୍ଯ୍ୟନ୍ତ ୩.୧୧ କୋଟିରୁ ଅଧିକ ଗାଡି ପ୍ରସ୍ତୁତ କରିସାରିଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories