www.samajalive.in
Monday, December 8, 2025
24.1 C
Bhubaneswar

ଅନୁଭବଙ୍କ ନାମରେ ନକଲି ଆକାଉଣ୍ଟ, ଅଭିଯୁକ୍ତକୁ ଗିରଫ କଲା କଟକ ସାଇବର ଥାନା ପୁଲିସ

କଟକ: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିଥିବା ଭୀଷ୍ମ ମହାନ୍ତକୁ ପୁଲିସ ଗିରଫ କରିଛି। ଆଜି କଟକ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ଅନୁଭବ ମହାନ୍ତି କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଭୀଷ୍ମ ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଛୋଟ ପିଲାଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଥିଲେ। ଅନୁଭବ ମହାନ୍ତିଙ୍କ ନାମ ଓ ଫଟୋ ବ୍ୟବହାର ସହ ଏହାକୁ ଅପବ୍ୟବହାର ମଧ୍ୟ କରୁଥିଲେ। ଫଳରେ ଅନୁଭବଙ୍କ ପ୍ରଶଂସକମାନେ ଏହାର ଶିକାର ହୋଇଥିଲେ।

କେବଳ ଏତିକି ନୁହେଁ ତଦନ୍ତ ସମୟରେ ଅନେକ ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀଙ୍କ ନକଲି ଆକାଉଣ୍ଟ ମଧ୍ୟ ସାଇବର ଥାନା ପୁଲିସ ଠାବ କରିଥିବା ଜଣାପଡ଼ିଛି। ଏପରିକି ମଲ୍ଟି ନେସନାଲ କମ୍ପାନୀର ଲୋଗୋ ବିଜ୍ଞାପନ ନିଜ ହ୍ବାଟ୍ସଆପରେ ଡିପି ରଖି ଅନେକ ଲୋକଙ୍କୁ କରୁଥିଲା ପ୍ରଲୋଭିତ କରିବା ସହିତ ପରବର୍ତ୍ତୀ ସମୟରେ ଉକ୍ତ ଲୋକମାନଙ୍କୁ ଠକିବାରେ ଭୀଷ୍ମ ସଫଳ ହୋଇଥିଲା।  ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ପରେ ଅଭିଯୁକ୍ତ ଭୀଷ୍ମ କୁ ଗିରଫ କରିଛି। ଗିରଫ ସମୟରେ ସାଇବର ଥାନା ପୁଲିସ ବିଭିନ୍ନ କମ୍ପାନୀର ଓ ସେଲିବ୍ରେଟିଙ୍କ ଫଟୋ ଓ ଏକାଧିକ ମୋବାଇଲ ଜବତ କରିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories