ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ କଳସ ଯାତ୍ରା ଆରମ୍ଭ

ଲାଞ୍ଜିଗଡ:କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ପାହାଡ ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ଵୁଢ଼ାରଜାଙ୍କ ବାର୍ଷିକ କଳସ ଯାତ୍ରା ଆରମ୍ଭ ହୋଇଯାଇଛି। ଆଜି ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସଵ ଚାଲିବ। ପ୍ରଥମ ଦିନରେ ବିଶମୁଣ୍ଡ ବୁଢ଼ା ରଜାଙ୍କ କଳସ ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳ ଭକ୍ତ ସମେତ ଜିଲା ତଥା ପଡୋଶୀ ଜିଲ୍ଲାର  ହଜାର ହଜାର ମହିଳା ଓ ଅବାଲ ବୃଦ୍ଧବନିତା କଳସ ଯାତ୍ରାରେ ସାମିଲ ହୋଇ  ମହାଆଡମ୍ବରରେ ପୂଜାର୍ଚ୍ଚନା କରିଛନ୍ତି।
ସୂଚନା  ଅନୁସାରେ ଲୋକଙ୍କ ବିଶ୍ୱାସଯେ ପ୍ରଭୁ ବିଶମୁଣ୍ଡ ବୁଢ଼ା ରଜାଙ୍କ ପାଖରେ ଯାହାବି ମାନସିକ କରାଯାଇଥାଏ ତାହା ପୂର୍ଣ୍ଣ ହୋଇ ଥାଏ ବୋଲି ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ୍ୟ ଭକ୍ତଙ୍କ ଭିଡ଼ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ପାହାଡ଼ ପଦର ବୁଢ଼ାରଜା ପୂଜାକମିଟି ଆନୁକୂଲ୍ୟରେ ହେଉଥିବା ଚଳିତ ବର୍ଷପୂଜା ଆଜି ପ୍ରାରମ୍ଭ ହୋଇ ଶନିବାର ଦିନରେ ପୂର୍ଣ୍ଣାହୁତି ହେବ। ପୂଜା ପାଇଁ ଗାଁ ତଥା ଆଖପାଖ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଉତ୍ସଵମୁଖ ଦେଖିବାକୁ ମିଳୁଛି।
ଏହି ବିଶମୁଣ୍ଡ ଵୁଢ଼ାରଜାଙ୍କ କଳସ ଶୋଭାଯାତ୍ରାରେ ଲାଞ୍ଜିଗଡ ପୂର୍ବତନ ବିଧାୟକ ଶିବାଜୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ  ଅଥିତି ଭାବେ ପାହାଡ଼ ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ଲାଞ୍ଜିଗଡ ପ୍ରେସ କ୍ଲବ ଉପସଭାପତି କ୍ଷମାନିଧି ମହାକୁଡ଼, କୋଷାଧକ୍ଷ ପରେଶ କୁମାର ନାୟକ, ସଦସ୍ୟ ରମେଶ ନାୟକ,ଦିଲ୍ଲୀପ ହରିଜନ ପିଇଡବ୍ଲୁ ମିଡ଼ିଆ ଆସୋସିଏସନ ସାଧାରଣ ସମ୍ପାଦକ ତୁଳସୀ ରାମ ପ୍ରଧାନୀ, ସଦସ୍ୟ ସୁଶାନ୍ତ ମାଝୀ, ମନୋଜ ଦୋରା, ଦେବାନନ୍ଦ ମାଝୀ ପ୍ରମୁଖ ଯୋଗଦେଇଥିଲେ।
ଏହି ଉତ୍ସବ ତିନିଦିନ ଧରି ହେଉଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ଲୋକଙ୍କ ମନରଞ୍ଜନ ସକାଶେ  ଗୀତିନାଟ୍ୟ, ରେକର୍ଡ ଡ୍ୟାନ୍ସ, ଭଳି ସାଂସ୍କୃତିକ  କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କଳସ ଯାତ୍ରାରେ ଜୟ ଶଙ୍କର ନାଏକ, ସୁନା ମାଳି ଦୁର୍ଗା, ସୁଦର୍ଶନ ଦୁର୍ଗା ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିର ମୁଖ୍ୟ ପୂଜକ ବୁଡୁ  ନାଏକ, ଲୋକନାଥ ମାଝୀ ,ଜଗଦୀଶ ପୁଟା, ମାନ ମାଝୀ, ଭୀମ ମାଝୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ବିଶମୁଣ୍ଡ ବୁଢାରଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ଵାବଧାନରେ ଆୟୋଜିତ ହୋଇ ଥିବାବେଳେ ଉପ ସଭାପତି କୁମର ନାଏକ, କୋଷାଧକ୍ଷ ବଳଭଦ୍ର ସାହୁ,କମିଟି ଉପଦେଷ୍ଟା ବୈଦ୍ୟନାଥ ନାଏକ, ମଧୁସୂଦନ ନାଏକ, ମହାଦେବ ନାଏକ, ମାଧବ ବାଗ, ଉଗ୍ରେସନ ବାଗ, ଜୟଶଙ୍କର ନାଏକ, ଲିଙ୍ଗରାଜ ଦୁର୍ଗା, ସୌଦାଗର ବାଗ, ପରମେଶ୍ୱର ନାଏକ, ବନମାଳୀ ମାଝୀ, ଲାଞ୍ଜି ମାଝୀ, ସୁକୃ ମାଝୀ, ଘାସିରାମ ମାଝୀ, ଫକୀର ବେହେରା,ହୀରାଲାଲ ବେହେରା,କୁଞ୍ଜ ମାଝୀ,ଚନ୍ଦ୍ର ମାଝୀ, ଅର୍ଜୁନ ନାଏକ,ଗୌରାଙ୍ଗ ନାଏକ, ନୀଳାମ୍ବର ସାହୁ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Comments are closed.