www.samajalive.in
Tuesday, December 9, 2025
17.1 C
Bhubaneswar

ତୁମୁଡିବନ୍ଧ ବ୍ଲକରେ କାଳିଆ ଯୋଜନାରେ ୧୧୦୮୪ ଆବେଦନ ପତ୍ର ଦାଖଲ

ତୁମୁଡିବନ୍ଧ : ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଇଥିବା କାଳିଆ ଯୋଜନାର ଆଜି ଆବେଦନର ଶେଷ ଦିନ।  କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ସବୁଜ ଫର୍ମ ମୋଟ ୧୧୦୮୪ ଜଣ ଚାଷୀ ଆବେଦନ କରିଥିବା ବେଳେ ୩ ଜଣ ବ୍ୟକ୍ତି ସ୍ବତ ପ୍ରବୃତ୍ତ ଭାବେ ତାଲିକାରୁ ନିଜ ନାମକୁ ବାଦ ଦେବା ପାଇଁ ନାଲି ଫର୍ମ ଜରିଆରେ ଆବେଦନ କରିଥିବା ବ୍ଲକର ନୋଡାଲ ଅଫିସର ଜ୍ୟୋତିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ତୁମୁଡିବନ୍ଧ ପଞ୍ଚାୟତ ରୁ ସର୍ବାଧିକ ୧୭୯୪ ଜଣ ଚାଷୀ ଆବେଦନ କରିଥିବା ବେଳେ ଭଣ୍ଡାରଙ୍ଗୀ ପଞ୍ଚାୟତରୁ ସର୍ବନିମ୍ନ ୫୬୪ ଜଣ ଚାଷୀ ଆବେଦନ କରିଛନ୍ତି। ସେହିପରି ମୁଣ୍ଡିଗଡରୁ ୧୪୭୯, କୁର୍ତ୍ତମଗଡ଼ ରୁ ୯୭୦, ସିର୍ଲା ରୁ ୮୫୬, କରକୁଡୁପା ରୁ ୯୩୪, ବେଲଘର ରୁ ୯୯୭, ବିଲାମାଳରୁ ୯୬୪, ଗୁମ୍ମା ରୁ ୯୧୯, ଲଙ୍କାଗଡ଼ ରୁ ୮୫୧, ଝିରିପାଣି ରୁ ୭୫୬ ଜଣ ଚାଷୀ ଯୋଜନାରେ ସାମିଲ ହେବାପାଇଁ ଆବେଦନ କରିଛନ୍ତି। ନୋଡାଲ ଅଫିସରଙ୍କ ସୂଚନା ମୁତାବକ ପ୍ରଥମେ ଗ୍ରାମପଞ୍ଚାୟତ ସ୍ତରରେ ପଞ୍ଚାୟତରୁ ଯୋଗ୍ୟ ଚାଷୀଙ୍କ ତାଲିକାକୁ ବ୍ଲକ କାର୍ଯ୍ୟାଳୟକୁ ପଠାଯିବ। ବ୍ଲକ ସ୍ତରୀୟ କମିଟି ପଞ୍ଚାୟତରୁ ଆସିଥିବା ତାଲିକାର ଯାଞ୍ଚ କରାଯାଇ ଯୋଗ୍ୟ ଚାଷୀଙ୍କ ତାଲିକା ଚୂଡାନ୍ତ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories