www.samajalive.in
Monday, December 8, 2025
27.1 C
Bhubaneswar

ବିହାରୀ ଯୁବକର ମୃତ୍ୟଦେହ ଉଦ୍ଧାର ଘଟଣା, ୩୪ ଘଣ୍ଟା ପରେ ଶବ ବ୍ୟବଛେଦ ପାଇଁ ପଠାଗଲା ପୁଲିସ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ତ୍ରିବେଣୀ ମଠ ଛକ ସ୍ଥିତ ଏକ ଲଜରେ ବିହାରୀ ଯୁବକଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ପରିବାର ଗଞ୍ଜାମରେ ପହଂଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ଦୀର୍ଘ ୩୪ ଘଣ୍ଟା ବିତି ଯିବାରୁ ଶବଟିରୁ ଦୁର୍ଗନ୍ଧ ବାହାରିଥିଲା। ମୃତକ ଯୁବକ ବିହାର ନୟାଗଞ୍ଜ, ନୟା ଗାଁ ମହମଦପୁର ଅଞ୍ଚଳର ଜ୍ଞାନ ପ୍ରକାଶ (୩୬) ବୋଲି ଜଣାପଡିଥିଲା। ମଙ୍ଗଳବାର ସାଇଣ୍ଟିଫିକ ଟିମ ତଦନ୍ତ କରିଛନ୍ତି। ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ ମଧ୍ୟ ଘଟଣାସ୍ଥଳରେ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛନ୍ତି। ଏବେବି ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି। ସନ୍ଧ୍ୟାରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ, ୫ ବର୍ଷର ପୁଅ,ଶଳା ଏବଂ ମାମୁଁ ପ୍ରମୁଖ ଗଞ୍ଜାମରେ ପହଂଚି ଥିଲେ। ଶବକୁ ଦେଖିବା ପରେ ଶବ ପଚି ଯାଇଥିବାରୁ ବରଫ ମଧ୍ୟରେ କାହିଁକି ରଖା ଯାଇନାହିଁ ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories