www.samajalive.in
Sunday, December 7, 2025
13.1 C
Bhubaneswar

ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: କଟକର ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା। ଏନେଇ ମଙ୍ଗଳବାରଠୁ ପ୍ଲଟ୍ ଆବଣ୍ଟନ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପ୍ରକ୍ରିୟା। ୧୦ଦିନ ବ୍ୟାପୀ ଅର୍ଥାତ ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ ପଞ୍ଜିକରଣ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା। ହାଇବ୍ରିଡ଼ ମୋଡ୍‌ ତଥା ଅନଲାଇନରେ ହେବ ପଞ୍ଜିକରଣ। ୧୦ଟି ଟିମ୍ ପଞ୍ଜିକରଣ ପାଇଁ ନିୟୋଜିତ ହୋଇଛନ୍ତି। ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ ବ୍ୟବସାୟୀ। କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜିକରଣ ପ୍ରକ୍ରିୟା। ଅକ୍ଟୋବର ୨୯ରୁ ଆରମ୍ଭ ହେବ ପ୍ଲଟ ନିଲାମ ପ୍ରକ୍ରିୟା। ଆଜିଠୁ କଟକ ବାରବାଟୀ ପ୍ୟାଲେସରେ ୧୦ଟି କାଉଣ୍ଟରରେ ପଞ୍ଜିକରଣ କରିପାରିବେ ବ୍ୟବସାୟୀ। ଏହାବ୍ୟତୀତ ରେଜିଷ୍ଟ୍ରେସନ ପାଇଁ ଉଦିଷ୍ଟ ଅନଲାଇନ ୱେବ ସାଇଟ୍‌ରେ ଘରେ ବସି ବ୍ୟବସାୟୀ ପଞ୍ଜିକରଣ କରିପାରିବେ ବୋଲି କହିଛନ୍ତି ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ। ଚଳିତବର୍ଷ ୧୧୦୦ ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ। କିପରି ଭାବରେ ଜମି ପଞ୍ଜିକରଣ ଓ ନିଲାମ ବା ଆବଣ୍ଟନ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଦିଗ ଉପରେ ନଜର ଦିଆଯାଇଥିବା କହିଛନ୍ତି ଜିଲା ସଂସ୍କୃତି ଅଧିକାରୀ। ଗତ ବର୍ଷ ୯୦୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜିକରଣ କରିଥିଲେ। କିନ୍ତୁ ଚଳିତବର୍ଷ ଏହା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories