www.samajalive.in
Monday, December 8, 2025
20.1 C
Bhubaneswar

ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ମୃତ

ଭବାନୀପାଟଣା/ନର୍ଲା : ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ଯୁବତୀଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ପଞ୍ଚାୟତର ବିଲାଟ ଗାଁର ନେନା ଦୁର୍ଗା (୧୯) ଏବଂ ରିଙ୍କି ହରିଜନ (୧୬)। ଆଜି ସକାଳେ ଗାଁ ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇଁ ନର୍ଲା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲେ ।

ନେନା, ରିଙ୍କି ସକାଳ ୯ଟା ସମୟରେ ଦୁଇ ଜଣ ନିଜ ଘରେ ଗାଧୋଇବାକୁ ଯାଉଛୁ କହିଥିଲେ। ଘରୁ ବାହାରି ବିରାଟ ଗ୍ରାମକୁ ଲାଗିଥିବା ସାନ୍ଦୁଲ ନଦୀକୁ ଯାଇଥିଲେ। ଦୁଇଜଣ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିବାକୁ ଯାଇଥିଲେ। ଦୁଇ ଜଣ ପାଣିରେ ବୁଡି ଯାଇଥିବା ଜଣାପଡିଥିଲା । ଘଟଣାସ୍ଥଳରେ ନର୍ଲା ପୁଲିସ ଓ ଅଗ୍ନିଶମ ବିଭାଗ ପହଁଚି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।

ଭିଡିଓରେ ଦେଖନ୍ତୁ; ସେଓ ଖାଇ ଖାଇ ରାସ୍ତାରେ ଯାଉଥିଲେ ମହିଳା, ଉପରୁ ଖସିଲା ପାଣି ଟାଙ୍କି..

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories