www.samajalive.in
Monday, December 8, 2025
27.1 C
Bhubaneswar

ଓଟିଇଟି ପରୀକ୍ଷା ବାତିଲ

କଟକ : ଓଟିଇଟି ପ୍ରଶ୍ନପତ୍ର ଲିକ ହେବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷାବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି। ଓଟିଇଟି ପରୀକ୍ଷାର ଦୁଇଟି ସିଟିଂ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏହି ପରୀକ୍ଷା କେବେ କରାଯିବ ତାହା ପରେ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଛି। ପ୍ରଶ୍ନପତ୍ର ଲିକ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ବୋର୍ଡ ସଭାପତି କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ଲାଗି ଉଦ୍ଦିଷ୍ଟ ଓଟିଇଟି ଆଜି ସମଗ୍ର ରାଜ୍ୟରେ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏହାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା। ଓଟିଇଟି ପ୍ରଶ୍ନପତ୍ରର ନକଲ ମୋବାଇଲ୍‌ ଫୋନ୍‌ ଯୋଗେ ଜଣକ ହାତରୁ ଅନ୍ୟ ଜଣକ ହାତକୁ ଯିବା ପରେ ତାହା ଭାଇରାଲ ହୋଇଥିଲା। ଲିକ ହୋଇଥିବା ପ୍ରଶ୍ନପତ୍ର ଯାଞ୍ଚ ପରେ ତାହା ଅସଲି ବୋଲି ଜଣାପଡିଥିଲା। ଏହାପରେ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଆଜିର ପରୀକ୍ଷାରେ ୧ଲକ୍ଷ ୧୨ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ଏହାସହ ଦ୍ବିତୀୟ ସିଟିଂ ପରୀକ୍ଷା ଦେବାକୁ ଆସିଥିବା ଅନେକ ପରୀକ୍ଷାର୍ଥୀ ନିରାଶ ହୋଇଥିବା ଜଣାପଡିଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories