www.samajalive.in
Thursday, December 11, 2025
27.1 C
Bhubaneswar

କ୍ଷେତକୁ ମିଳୁନି ଇନ୍ଦ୍ରାବତୀ ପାଣି

ଧର୍ମଗଡ଼଼: ଜମିରେ ପାଣି ନାହିଁ। ମାଟି ଫାଟି ଆଁ କଲାଣି। ଧାନ ଗଛ ମରିବାକୁ ବସିଲାଣି। ଗାଁ ମଝି ଦେଇ କେନାଲ ଯାଇଛି ସିନା କ୍ଷେତକୁ ପାଣି ମିଳୁନି। ଏହି ସମସ୍ୟାର ପ୍ରତିକାର କରିବା ପାଇଁ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ପାଣି ମିଳୁନାହିଁ। ତେଣୁ ନିରାଶ ଚାଷୀ ଆଜି ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଥିଲେ। ଆଜି ତେଲିପଳାସ, ମାଟିଆ ଓ ତମ୍ବାଛଡ଼ା ଗ୍ରାମର ଚାଷୀମାନେ କେନାଲ ପାଣି ଦାବିରେ ତେଲିପଳାସ-ମାଟିଆ ରାସ୍ତା ଅବରୋଧ କରିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଧର୍ମଗଡ଼଼ ଦେଇ ଯାଇଥିବା ଇନ୍ଦ୍ରାବତୀ ବାମ କେନାଲର ଏକ ଶାଖା ଗମ୍ଭାରୀଗୁଡ଼ା, ତେଲିପଳାସ, ମାଟିଆ ଓ ତରଞ୍ଜା ଦେଇ ଯାଇଛି। ଏହାର ଶେଷ ମୁଣ୍ଡରେ ଅଛି ତେଲିପଳାସ ଓ ମାଟିଆ ଗାଁ। ଚାଷୀ ଅଭିଯୋଗ କରିଛନ୍ତି ଯେ ଅନେକ ସମୟରେ କେନାଲ ଶେଷ ମୁଣ୍ଡକୁ ପାଣି ପହଞ୍ଚୁନାହିଁ। କେନାଲ ଥାଇ ମଧ୍ୟ ଏଠାକାର ଚାଷୀ ପାଣି ପାଇବାରୁ ବଞ୍ଚିତ।

- Advertisement -

ଏହାର ପ୍ରତିବାଦ କରି ଆଜି ସେମାନେ ରାସ୍ତା ଅବରୋଧ କରିଥିଲେ। ଇନ୍ଦ୍ରାବତୀ ପ୍ରକଳ୍ପର ସହକାରୀ ଯନ୍ତ୍ରୀ କୁନ୍ଦନ ମେହେର ଘଟଣା ସ୍ଥଳକୁ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରି ନିର୍ଭର ପ୍ରତିଶ୍ରୁତି ଦେଲା ପରେ ରାସ୍ତା ଅବରୋଧ ହଟିଥିଲା। ଏଠାରେ ସୂଚନା ​‌େ​‌ଯୋଗ୍ୟ ଯେ କେନାଲରେ ପାଣି ଛାଡ଼ିବା ନ ଛାଡ଼ିବା ବିଦ୍ୟୁତ ଉତ୍ପାଦନ ‌ଉପରେ ନିର୍ଭର କରିଥାଏ। ବିଦ୍ୟୁତ ଉତ୍ପାଦନ ‌ପାଇଁ ମୁଖ୍ୟ କେନାଲରେ ସର୍ବାଧିକ ୬୫ କ୍ୟୁସେକ୍‌ ପାଣି ଛଡ଼ା ଯାଇଥିବାରୁ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବ ବୋଲି ଶ୍ରୀ ମେହେର କହିଛନ୍ତି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories