www.samajalive.in
Tuesday, December 9, 2025
17.1 C
Bhubaneswar

ଓଲଟିଲା କୁକୁଡ଼ା ବୋଝେଇ ଭ୍ୟାନ୍‍, ୧୦୦ରୁ ଊର୍ଦ୍ଧ୍ବ କୁକୁଡ଼ା ମୃତ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କେନ୍ଦୁଘାଟି ବୁଲାଣୀରେ ଏକ କୁକୁଡା ବୋଝେଇ ୪୦୭ ଭ୍ୟାନ୍‍ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିବାଦ୍ବାରା ୧୦୦ରୁ ଊର୍ଦ୍ଧ୍ବ କୁକୁଡାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କୁକୁଡ଼ା ବୋଝେଇ ୪୦୭ ଭ୍ୟାନ୍ ନଂ.ଓଡ଼ି-୦୭ ସି-୩୩୩୨ ଗାଡ଼ିଟି ଛତ୍ରପୁରରୁ ଗୁଣପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉକ୍ତ ଗାଡ଼ିରେ ୯୦୦ଟି କୁକୁଡ଼ା ଥିବା ଗାଡି ଚାଳକ କହିଛନ୍ତି। ସେଥି ମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ବ କୁକୁଡ଼ା ମରିଯାଇଥିବା ଜଣାପଡ଼ିଛି। ଘଟଣାରେ ଗାଡ଼ି ଚାଳକଙ୍କୁ କିଛି ଆଘାତ ହୋଇନ ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ମୋହନା ପୁଲିସ୍‍ ଏସ୍‍ଆଇ ସିନ୍ଧୁ ସାର୍କା ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ପ୍ରକାଶଥାଉକି, ମୋହନା ଠାରୁ ୩ କିଲୋମିଟର ଦୂରରେ କେନ୍ଦୁଘାଟିଟି ଥିଲେ ମଧ୍ୟ ରାସ୍ତାଟି ଘାଟିର ବୁଲାଣି ହୋଇଥିବାରୁ ଅପର ପାର୍ଶ୍ବରୁ କୌଣସି ଗାଡ଼ି ଆସିବା ଜଣାପଡ଼େ ନାହିଁ। ତେଣୁ ବାରମ୍ବାର ଉକ୍ତ ଜାଗା ଉପରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟୁଛି ବୋଲି ଗାଡ଼ି ଚାଳକମାନେ ଅଭିଯୋଗ କରିଛନ୍ତି। ୨୦୧୬ ଠାରୁ ୨୦୧୯ ମଧ୍ୟରେ ଏହି କେନ୍ଦୁଘାଟି ଉପରେ ୧୨ରୁ ଊର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କରିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି। ତେଣୁ ଉକ୍ତ ଘାଟି ଉପରେ ପ୍ରଶାସନ ନଜର ଦେଇ ତୁରନ୍ତ ଏହାର ସମାଧାନ କଲେ ଦୁର୍ଘଟଣାରୁ ଲୋକଙ୍କ ଧନ ଜୀବନ ବଞ୍ଚିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଏହାର ଫାଇଦା ନେଇ ସ୍ଥାନୀୟ ଗ୍ରାମର କିଛି ଲୋକ କୁକୁଡା ବୋହି ନେଉଥିବାର ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories