www.samajalive.in
Tuesday, December 9, 2025
16.1 C
Bhubaneswar

ଅନୁପ୍ରବେଶର ଫଳପ୍ରଦ ମୁକାବିଲା କରିବାରେ ସେନା ବାହିନୀ ପଛଘୁଞ୍ଚା ଦେବନାହିଁ : ବିପିନ ରାୱତ୍

ନୂଆଦିଲ୍ଲୀ : ନିୟନ୍ତ୍ରଣରେଖାରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସଶସ୍ତ୍ର ବାହିନୀ କଦାପି ପଛଘୁଞ୍ଚା ଦେବନାହିଁ। ଦେଶର ପଶ୍ଚିମ ସୀମାନ୍ତରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଉଛି ଏବଂ ଜବାନମାନେ ତା’ର ଫଳପ୍ରଦ ମୁକାବିଲା କରୁଛନ୍ତି ବୋଲି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ କହିଛନ୍ତି। ମଙ୍ଗଳବାର ୭୧ତମ ସେନାଦିବସ ପାଳନ ଅବସରରେ ନୂଆଦିଲ୍ଲୀରେ ସେନାବାହିନୀର ଜବାନମାନଙ୍କୁ ଉଦ୍‍ବୋଧନ ଦେଇ ଜେନେରାଲ ବିପିନ ରାୱତ ଏହା କହିଛନ୍ତି।
ସୂଚନାଯୋଗ୍ୟ, ୧୯୪୯ ମସିହାରେ ଶେଷ ବ୍ରିଟିଶ କମାଣ୍ଡର ଇନ୍‍ ଚିଫ୍‍ ଜେନେରାଲ ସାର୍‍ ଏଫ୍‍ଆର୍‍ଆର୍‍ ବୁଚରଙ୍କଠାରୁ ଜେନେରାଲ କେ.ଏମ୍‍ କରିୟାପ୍ପା ସେନାବାହିନୀର କମାଣ୍ଡ ଦାୟିତ୍ୱ ନେଇଥିବା ସ୍ମୃତିରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ସ୍ୱାଧୀନତା ପରବର୍ତ୍ତୀ କାଳରେ ଫିଲ୍ଡ ମାର୍ଲଲ କେ.ଏମ୍‍. କରିୟାପ୍ପା ପଦାତିକ ବାହିନୀର ପ୍ରଥମ ସେନାଧ୍ୟକ୍ଷ ହୋଇଥିଲେ।


ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍.ଭେଙ୍କେୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଦିବସ ଉପଲକ୍ଷେ ଜବାନ ଓ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଜବାନମାନେ ହେଉଛନ୍ତି ଦେଶର ଗର୍ବ ଏବଂ ନାଗରିକମାନଙ୍କର ସ୍ୱାଧୀନତା ରକ୍ଷା କରିବାରେ ମୂଳସ୍ତମ୍ଭ। ଜବାନମାନଙ୍କ ଯୋଗୁଁ ନାଗରିକମାନେ ଶାନ୍ତିରେ ଶୋଇପାରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଜବାନ ଓ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପରିବାରମାନଙ୍କର ଧୈର୍ଯ୍ୟ ଓ ସାହସକୁ ଦେଶ ସମ୍ମାନ କରୁଛି ଓ କୃତଜ୍ଞତା ପ୍ରକାଶ କରୁଛି। ସେ କହିଛନ୍ତି ଭାରତୀୟ ସେନାବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ନୈତିକ ମନୋବଳ ବୃଦ୍ଧି କରିବା ସବୁ ଭାରତୀୟମାନଙ୍କର ଦାୟିତ୍ୱ। ପ୍ରଧାନମନ୍ତ୍ରୀ କହିଛନ୍ତି ଜବାନମାନଙ୍କ ଆତ୍ମବଳି ଓ ଦୃଢ଼ ମନୋବଳ ପ୍ରତି ଦେଶବାସୀ ଗର୍ବିତ। ଜବାନମାନଙ୍କର ଅଦମ୍ୟ ସାହସ ଓ ବୀରତ୍ୱ ପ୍ରତି ସେ ସାଲୁଟ୍‍ ପ୍ରଦର୍ଶନ କରୁଛନ୍ତି। ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର କହିଛନ୍ତି ଆମ ଦେଶର ପ୍ରତ୍ୟେକ ଜବାନମାନଙ୍କର ସାହସ ଓ ଦୃଢ଼ ମନୋବଳ ନିଜଠାରୁ ସେବା ବଡ଼ ବୋଲି ସଙ୍କେତ ବହନ କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories