www.samajalive.in
Tuesday, December 9, 2025
17.1 C
Bhubaneswar

ଓଜନ ଅନୁସାରେ ଆପଣଙ୍କୁ ପ୍ରତିଦିନ କେତେ ପାଣି ପିଇବା ଉଚିତ୍ ? ଜାଣନ୍ତୁ..

ଭୁବନେଶ୍ବର : ଆମ ଶରୀରରେ ପ୍ରାୟ ୬୦ ପ୍ରତିଶତ ପାଣି ରହିଛି । ଆମ ଶରୀରର ଅଧିକାଂଶ କାର୍ଯ୍ୟ ପାଇଁ ପାଣିର ଆବଶ୍ୟକ ପଡିଥାଏ  ।  ଯେପରିକି ବିଷାକ୍ତ ପଦାର୍ଥକୁ ସଫା କରିବା, କୋଷ ପର୍ଯ୍ୟନ୍ତ ପୋଷକ ତତ୍ତ୍ବ ପହଞ୍ଚାଇବାରେ ପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶରୀରରେ ପାଣି କମିଗଲେ ଡିହାଇଡ୍ରେସନ ସହିତ ଅନେକ ଅସୁବିଧା ହୋଇଥାଏ । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଉଚିତ୍ । ତେବେ ସମସ୍ତଙ୍କ ଓଜନ, ପରିଶ୍ରମ, ତାପମାତ୍ରା ସମାନ ନଥାଏ । ତେଣୁ ଏହାକୁ ଭିତ୍ତି କରି ପାଣି ପିଇବା ଉଚିତ୍ ।

ଏକ ଅଧ୍ୟୟନ ଅନୁସାରେ ପୁରୁଷଙ୍କୁ ସାରା ଦିନରେ ୩ ଲିଟର ପାଣି ପିଇବା ଉଚିତ୍ । ମହିଳାଙ୍କୁ ଗୋଟିଏ ଦିନରେ ୨ ଲିଟର ପାଣି ପିଇବା ଉଚିତ୍ । ପିଲାମାନଙ୍କୁ ୬ରୁ ୮ କପ୍ ପାଣି ପିଇବା ଉଚିତ୍ । ଗର୍ଭବତୀ ଓ ପ୍ରସୂତୀଙ୍କୁ ଏକ ଦିନରେ ୧୦ରୁ ୧୨ କପ ପାଣି ପିଇବା ଉଚିତ୍ ।

- Advertisement -

ଯଦି ଆପଣ ଶାରୀରିକ ପରିଶ୍ରମ ଅଧିକ କରୁଛନ୍ତି ଏବଂ ଆପଣଙ୍କ ଶରୀରର ତାପମାତ୍ରା ଅଧିକ ରହୁଛି ତେବେ ଅଧିକ ପାଣି ପିଇବା ଉଚିତ୍ । ଯଦି ଆପଣ କିଡନୀ ଓ ହାର୍ଟ ରୋଗୀ ତେବେ ଆପଣ ସୀମିତ ମାତ୍ରାରେ ପାଣି ପିଇବା ଉଚିତ୍ । ଯଦି ଆପଣଙ୍କ ପରିସ୍ରା ହଳଦିଆ ରଙ୍ଗର ଆସୁଛି ତେବେ ଆପଣଙ୍କ ଶରୀର ଡିହାଇଡ୍ରେଟେଡ୍ ଏବଂ ଅଧିକ ପାଣି ଆବଶ୍ୟକ କରୁଛି । ସକାଳେ ଉଠିବା ପରେ ତୁରନ୍ତ ୨ ଗ୍ଲାସ ପାଣି ପିଅନ୍ତୁ । ଖାଦ୍ୟ ଖାଇବାର ୩୦ ମିନିଟ୍ ପୂର୍ବରୁ ୧ ଗ୍ଲାସ ପାଣି ପିଅନ୍ତୁ ।  ଯଦି ଆପଣଙ୍କ ରକ୍ତଚାପ ସ୍ତର ଅଧିକ ତେବେ ସ୍ନାନ କରିବା ପୂର୍ବରୁ ୧ ଗ୍ଲାସ ପାଣି ପିଅନ୍ତୁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories