www.samajalive.in
Monday, December 8, 2025
17.1 C
Bhubaneswar

କାର ଧକ୍କାରେ ମହିଳା ମୃତ

ବ୍ରହ୍ମପୁର: ଏକ କାର ଧକ୍କାରେ ବ୍ରହ୍ମପୁର ବିଜିପୁର ନିକଟ ସନ୍ତୋଷୀ ମା’ ମନ୍ଦିର ନିକଟ ରାସ୍ତା କଡ଼ରେ ବସି ଫୁଲ ଓ ନଡ଼ିଆ ବିକୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଗୋଲାନ୍ତଃରା ଥାନା ଅନ୍ତର୍ଗତ ପାଲୁର୍ ଅଞ୍ଚଳର ବାସନ୍ତୀ ନାୟକ (୫୦)। ଆଜକୁ ୧୦ ବର୍ଷ ହେବ ବାସନ୍ତୀ ଏହି ଛକରେ ଥିବା ଏକ ପୋଲ ତଳେ ବସି ଫୁଲ ଓ ନଡ଼ିଆ ବିକ୍ରି କରୁଥିଲେ। ଆଜି ଦିନ ସାଢେ଼ ୧୧ଟା ବେଳେ ଏକ କାର ଗୋସାଇଁନୂଆଗାଁ ଆଡୁ ଆସି ବାସନ୍ତୀଙ୍କୁ ସମ୍ମୁଖ ପଟୁ ଧକ୍କା ଦେଇଥିଲା। ବାସନ୍ତୀ ବସିଥିବା ଅବସ୍ଥାରେ ସେହି ପୋଲରେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଟାଉନ୍ ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବ ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories