www.samajalive.in
Sunday, December 7, 2025
15.1 C
Bhubaneswar

କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ ସୁରଭି କାର୍ଯ୍ୟକ୍ରମ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ସିଂହପାଲି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ଡାହାରୁପଡା ନୋଡାଲ ୟୁ ପି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକକଳା ଓ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସିଆରସିସି କୃତାର୍ଥ ଚନ୍ଦ୍ର ଭୁଏଙ୍କ ତତ୍ତ୍ଵାବଧାନରେ ତଥା ଦୁର୍ଯ୍ୟୋଧନ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସୁରଭି କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧନୀରାମ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେବରାଜ ବେହେରା, ମୋତିଲାଲ ଦେବତା, ସୁରେନ୍ଦ୍ର ମଲ୍ଲିକ, କୌଶିକ ସାହୁ, ଦୁଃଖିଶ୍ୟାମ ଗଡତିଆ, ସୁନୀଲ କୁମାର ସାହୁ, ଦିଲିପ କୁମାର ଗଡତିଆ, ଲକ୍ଷ୍ମଣ ସାହୁ, ରବି ବନଛୋର, ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଶିକ୍ଷକ ସୁବାସ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଲଳିତ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ପଙ୍କଜିନୀ ଟପ, ଯଶୋବନ୍ତି ବାରିକ ଓ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବରିଷ୍ଠ, କନିଷ୍ଠ ଓ ସର୍ବ କନିଷ୍ଠ ଆଦି ତିନୋଟି ବିଭାଗରେ ବକୃତା, ପ୍ରବନ୍ଧ, ସୃଜନାତ୍ମକ ଲିଖନ, କୁଇଜ୍, କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା କରାଯାଇଥିଲା। ପ୍ରତି ବିଷୟ ଗୁଡିକରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। କ୍ଲଷ୍ଟର ଅନ୍ତର୍ଗତ ସିଂହ ପାଲି ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟୋପ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବନହର, ପରମାନପୁର, ଗୁତିପାଲି, କୁକେତିରା, ଖଲିଆପାଲି, ଡାହାରୁପଡ଼ା ଆଦି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories