www.samajalive.in
Sunday, December 7, 2025
15.1 C
Bhubaneswar

ହେଜବୋଲ୍ଲା ମୁଖ୍ୟ ନସରଲ୍ଲା ନିହତ ! ରାତିସାରା ଏୟାରଷ୍ଟ୍ରାଇକ ଜାରି

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଇସ୍ରାଏଲ ଆକ୍ରମଣ ଜାରି ରଖିଥିବାବେଳେ ହେଜବୋଲ୍ଲା ପକ୍ଷରୁ ବି ପାଲଟା ଜବାବ ଦିଆଯାଉଛି। ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ଇସ୍ରାଏଲ ଖୋଜୁଥିବାବେଳେ ଗତ ଶୁକ୍ରବାର ହୋଇଥିବା ଏୟାରଷ୍ଟ୍ରାଇକରେ ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ଦକ୍ଷିଣ ବେରୁଟରେ ହୋଇଥିବା ଏୟାରଷ୍ଟ୍ରାଇକରେ ନସରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ଗୁଇନ୍ଦା ପକ୍ଷରୁ କୁହାଯାଇଛି। ହେଲେ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

ଅନ୍ୟପଟେ ଇସ୍ରାଏଲ ଯୁଦ୍ଧ ବିମାନଗୁଡ଼ିକ ଦକ୍ଷିଣ ବେରୁଟରେ ଥିବା ହେଜବୋଲ୍ଲାର ଠିକଣାଗୁଡ଼ିକରେ ଆକାଶମାର୍ଗରୁ ବୋମା ବର୍ଷଣ ଜାରି ରଖିଛନ୍ତି। ଶନିବାର ରାତି ସାରା ଇସ୍ରାଏଲ ପକ୍ଷରୁ ବୋମାମାଡ଼ ହୋଇଥିଲା, ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

- Advertisement -

ନସରଲ୍ଲା ଏକ ଅଣ୍ଡରଗ୍ରାଉଣ୍ଡ ବେସରେ ଟପ୍ ଲିଡରମାନଙ୍କ ସହିତ ବୈଠକ କରିଥାଏ। ଏହା ହେଉଛି ହେଜବୋଲ୍ଲାର ମୁଖ୍ୟାଳୟ। ଇସ୍ରାଏଲ ସେନା ଉକ୍ତ ଠିକଣାକୁ ଚିହ୍ନଟ କରି ସେଠାରେ ଆକାଶମାର୍ଗରୁ ବୋମାମାଡ଼ କରିଛି। ଫଳରେ ଉକ୍ତ କୋଠାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ତେଣୁ ଆକମ୍ରଣରେ ନସରଲ୍ଲା ନିହତ ହୋଇଥିବା ଆକଳନ କରିଛି ଇସ୍ରାଏଲ ଗୁଇନ୍ଦା ବିଭାଗ।

ଅନ୍ୟପଟେ ଇସ୍ରାଏଲ ସେନା ଶନିବାର କହିଛି ଯେ, ଦହିୟାର ବେରୁଟ ସହରାଞ୍ଚଳରେ ଆକ୍ରମଣକୁ ଜୋରଦାର କରାଯାଇଛି। ଅଧିକ ସଂଖ୍ୟାରେ ବୋମା ବର୍ଷଣ ହୋଇଛି। କୋଠାଗୁଡ଼ିକ ଭୁଶୁଡ଼ି ପଡ଼ିବା ଆଗରୁ ଲୋକମାନଙ୍କୁ ଘର ଛାଡ଼ି ଚାଲିଯିବାକୁ ନିର୍ଦେଶ ଦିଆଯାଇଛି। ଏହି ଅଞ୍ଚଳରେ ହେଜବୋଲ୍ଲା ସଂଗଠନ ବିଭିନ୍ନ କୋଠାରେ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ଲୁଚାଇ ରଖିଥିବା ଇସ୍ରାଏଲକୁ ସୂଚନା ମିଳିବା ପରେ ଆକ୍ରମଣକୁ ତୀବ୍ରତର କରାଯାଇଛି। ସେପଟେ ଲେବାନନରେ ହେଜବୋଲ୍ଲା ନିପାତ ନ ହେବା ଯାଏ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ଜାତିସଂଘ ସାଧାରଣ ସଭା ଜରିଆରେ ସାରା ବିଶ୍ଵକୁ ଅବଗତ କରାଇସାରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories