www.samajalive.in
Monday, December 8, 2025
20.1 C
Bhubaneswar

ସିବିଆଇ ନିର୍ଦେଶକ ନିଯୁକ୍ତି ପାଇଁ ପ୍ରାର୍ଥୀ ତାଲିକା ଲୋଡିଲା କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦେଶକ ପଦରୁ ଆଇପିଏସ୍‌ ଆଲୋକ ବର୍ମାଙ୍କୁ ହଟାଯିବା ପରେ ପ୍ରଥମଥର ପାଇଁ ସଂସ୍ଥା ଏହାର ନିୟମିତି ନିର୍ଦେଶକଙ୍କ ଅନୁପସ୍ଥିତିରେ କାର୍ଯ୍ୟ କରୁଛି। ଏ ନେଇ କେନ୍ଦ୍ର କ୍ୟାବିନେଟ ଚିନ୍ତା ବ୍ୟକ୍ତ କରିବା ପରେ ସଂସ୍ଥାର ନିର୍ଦେଶକ ପଦ ପୂରଣ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉପଯୁକ୍ତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ତାଲିକା ଆସନ୍ତା ଜାନୁଆରୀ ୨୫ ସୁଦ୍ଧା ଦାଖଲ କରିବାକୁ କେନ୍ଦ୍ର କାର୍ମିକ ବିଭାଗ ପକ୍ଷରୁ ସମସ୍ତ ସରକାରୀ ବିଭାଗଗୁଡିକୁ ଚିଠି ଲେଖାଯାଇଛି। ଏହି ପ୍ରାର୍ଥୀଙ୍କ ଯୋଗ୍ୟତା ଯୁଗ୍ମ ସଚିବ ଅଥବା ସ୍ବତନ୍ତ୍ର ସରକାରୀ ଓକିଲ ପାହ୍ୟାର ହେବା ଉଚିତ ବୋଲି ଦର୍ଶାଯାଇଛି। ଅଭିଯୋଜନା ନିର୍ଦେଶକ(ଡିରେକ୍ଟର ଅଫ୍‌ ପ୍ରସିକ୍ୟୁସନ) ଭାବେ ଓ. ପି. ବର୍ମା ମଧ୍ୟ ୨୦୧୮ ଡିସେମ୍ବରରେ ତାଙ୍କ କାର୍ଯ୍ୟକାଳ ପୂରଣ କରିଛନ୍ତି। ଅଭିଯୋଜନ ନିର୍ଦେଶକ ପଦ ସଙ୍ଘୀୟ ତଦନ୍ତକାରୀ ସଂସ୍ଥା ପାଇଁ ଗୁରୁତ୍ବପୂର୍ଣ୍ଣ। କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି)ଙ୍କ ସୁପରିସ ଭିତ୍ତିରେ ଏହି ପଦ ପୁରଣ କରାଯାଇଥାଏ। ସିବିଆଇ ନିର୍ଦେଶକଙ୍କ ତତ୍ତ୍ବାବଧାନ ଓ ନିୟନ୍ତ୍ରଣ ମଧ୍ୟରେ କାର୍ଯ୍ୟ କରୁଥିବା ଅଭିଯୋଜନ ନିର୍ଦେଶକ ସଂସ୍ଥା ଦ୍ବାରା ତଦନ୍ତ କରାଯାଇଥିବା ସମସ୍ତ ମାମଲାର ରିପୋର୍ଟ ପ୍ରସ୍ତୁତ କରିଥାଆନ୍ତି। ମାତ୍ର ସିବିଆଇ ନିର୍ଦେଶକ ପଦ ସହ ଏହି ପଦ ମଧ୍ୟ ଏବେ ଖାଲିପଡିଛି। ସମ୍ପ୍ରତି ସିବିଆଇ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ମଧ୍ୟ ଦୀର୍ଘକାଳୀନ ବାଧ୍ୟମତାମୂଳକ ଛୁଟିରେ ଅଛନ୍ତି। ସଂସ୍ଥାର ବିଭିନ୍ନ ସ୍ତରରେ ଅଧିକାରୀ ପଦ ଖାଲିପଡିବା ଏକ ବୃହତ ସମସ୍ୟା ବୋଲି କ୍ୟାବିନେଟ କମିଟି ଚଳିତମାସ ପ୍ରାରମ୍ଭରେ ସଂସଦରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲା। ଏଥିରେ କୁହାଯାଇଛି ଯେ, ପ୍ରମୁଖ ସ୍ତରୀୟ ୪ଟି ପଦବୀ ମଧ୍ୟରୁ ବର୍ତ୍ତମାନ ତିନୋଟି ଖାଲିପଡିଛି। କାର୍ଯ୍ୟନିବାହୀ ପାହ୍ୟା, ଆଇନ ଏବଂ ବୈଷୟିକ ଅଧିକାରୀ ସ୍ତରରେ ସଂସ୍ଥାର ଖାଲି ପଦବୀ ସଂଖ୍ୟା ଯଥାକ୍ରମେ ୧୬%, ୨୮% ଏବଂ ୫୬% ରହିଛି ଯାହାକି ଚିନ୍ତାର ବିଷୟ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories