www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫିଲିପ୍‍ କୋଟଲର ପୁରସ୍କାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୋମବାର ନୂଆଦିଲ୍ଲୀଠାରେ ପ୍ରଥମ ଫିଲିପ୍‍ କୋଟଲର ପ୍ରେସିଡେନ୍ସିଆଲ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବୟାନ ଅନୁସାରେ ତିନି ଆଧାର ରେଖା ‘ଲୋକ, ଲାଭ ଏବଂ ପୃଥିବୀର ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟକ ବର୍ଷ ଏହି ଆମେରିକୀୟ ପୁରସ୍କାର ପ୍ରଦାନ କରାଯାଇଥାଏ।

ଦେଶର ଉତ୍କୃଷ୍ଟ ନେତୃତ୍ୱ ଏବଂ ନିସ୍ୱାର୍ଥପର ସେବା ପାଇଁ ଚଳିତ ବର୍ଷ ଏହି ପୁରସ୍କାର ଲାଗି ନରେନ୍ଦ୍ର ମୋଦୀଙ୍କ ଚୟନ କରାଯାଇଛି ବୋଲି ପ୍ରଶସ୍ତିପତ୍ରରେ ଲେଖାଯାଇଛି। ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଆକାଉଣ୍ଟି, ଅର୍ଥ ବ୍ୟବସ୍ଥା (ଫିନାନ୍ସ) କ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ଫଳରେ ଭାରତ ବିଶ୍ୱରେ ସର୍ବୋତ୍କୃଷ୍ଟ ପେଶାଦାର ସୃଷ୍ଟି ପାରିଛି ଓ ନିଜକୁ ଏକ ନିର୍ମାଣ ବଜାରର କେନ୍ଦ୍ର (ମାନୁଫାକ୍‍ଚରିଂ ହବ୍‍) ଭାବେ ଗଢି ତୋଳିଛି ବୋଲି ଏଥିରେ ଦର୍ଶାଯାଇଛି।
ପ୍ରକାଶଯୋଗ୍ୟ ଯେ ଫିଲିପ୍‍ କୋଟଲରଙ୍କୁ ‘ଆଧୁନିକ ମାର୍କେଟିଂର ପିତା’ ବୋଲି ଅଭିହିତ କରାଯାଏ। ସେ ହେଉଛନ୍ତି ବିଶ୍ୱର ୬୦ଟି ପ୍ରସିଦ୍ଧ ମାର୍କେଟିଂ ପୁସ୍ତକର ରଚୟତା। ସେ କେଲୋଗ ସ୍କୁଲ ଅଫ ମ୍ୟାନେଜମେଣ୍ଟ, ନର୍ଥୱେଷ୍ଟ ୟୁନଭରିସିଟିରେ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories