www.samajalive.in
Sunday, December 7, 2025
15.1 C
Bhubaneswar

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଏସ୍.ପି. ଜଗମୋହନ ମୀନାଙ୍କ ନିକଟରେ ମହିଳା ମାଓବାଦୀ ମାଢି ଓରଫ ଶାନ୍ତି ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି।  କାଲିମେଳା ବ୍ଲକ ଚିନ୍ତାଲବାଡା ପଞ୍ଚାୟତ ଅନ୍ତର୍ଗତ କସୁଲକୋଣ୍ଡା ଗ୍ରାମ ନିବାସୀ ଶାନ୍ତି  ୨୦୧୨ ରେ ମାଓ ସଂଗଠନରେ ସାମିଲ ହୋଇ  ଆନ୍ଧ୍ର-ଓଡିଶା ବର୍ଡର ଜୋନ ଅନ୍ତର୍ଗତ କାଲିମେଳା ଟିମରେ କାମ କରୁଥିଲେ।  ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ଥିବା ଅଭି‌ଯୋଗ ହୋଇଥିଲା। ତାଙ୍କ ନାମରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା। ଲାଲ ସଂଗଠନରେ ଏ.ସି.ଏମ୍. ପଦବୀରେ କାର୍ଯ୍ୟ କରୁଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ପୁଲିସର ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇଥିବା ଏବଂ ମାଓ ସଂଗଠନର ନେତା ସୁଧିରଙ୍କ ନିର୍ଯାତନା ସହି ନପାରି ସଂଗଠନ ଛାଡ଼ିଥିବା ଏସ୍.ପି. ଶ୍ରୀ ମୀନା ପ୍ରକାଶ କରିଛନ୍ତିା

ଦୁଃଖୀ ଲେଙ୍କା ପୁଲିସ ସହ ଗୁଳି ବିନିମୟ, କୁରୁବ୍ ଗ୍ରାମର ପେଂଟା ମାଡି ହତ୍ୟା, ପିତାକୋଣ୍ଡାର ଭିମା କବାସୀଙ୍କୁ ହତ୍ୟା, ପୋଟେରୁ ବସ୍ତିର ସୁରେଶ ବାଣ୍ଡାମିଙ୍କୁ ହତ୍ୟା, ଦାମାନଯୋଡି ମାଇନ୍ସ ଆକ୍ରମଣ, ଅଣ୍ଡ୍ରାପାଲିର ଗାଁ ମୁଖିଆଙ୍କୁ ହତ୍ୟା, ଗୋବରପଡାର ଓ ରାମାଗୁଡାରେ ପୁଲିସ ସହ ଗୁଳି ବିନିମୟ, ଗୁସୁମ ପଦରର କାଟାମଙ୍କୁ ହତ୍ୟା, ମୁଦୁଲିପଡା ଓ ପିପଲପଦରରେ ରାସ୍ତା କାମକୁ ବିରୋଧ କରି ଜେସିବି ଓ ଯନ୍ତ୍ରାଂଶ ପୋଡି, ଜୋଡାମ୍ବ ଗ୍ରାମର ବୋଲୁଙ୍କୁ ହତ୍ୟା, ବାମୁଣ୍ଡିଘାଟି ଠାରେ ରାସ୍ତା କାମକୁ ବିରୋଧ କରି ଗାଡି ପୋଡି, ଟିକାପଡା ଓ ପାନପଦର ଠାରେ ପୁଲିସ ସହ ଗୁଳି ବିନିମୟ, ରାଜୀବ ନାୟକଙ୍କୁ ହତ୍ୟା ଉଦ୍ୟମ, ଅଣ୍ଡ୍ରାପାଲିରେ ପୁଲିସ ସହ ଗୁଳି ବିନିମୟ ଭଳି ବହୁ ହିଂସା କାଣ୍ଡରେ ଶାନ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ ଠାରୁ ସୂଚନା ମିଳିଛି। ଶାନ୍ତି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବାକୁ ଚାହୁଁଥିବାରୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ତାଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଦିଆଯିବ ବୋଲି ଏସ୍.ପି. ଶ୍ରୀ ମୀନା ପ୍ରକାଶ କରିଛନ୍ତିା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories