www.samajalive.in
Thursday, December 11, 2025
27.1 C
Bhubaneswar

ପୋଷଣ ସଚେତନତା ମହାସଭା

ଫୁଲବାଣୀ: ଫୁଲବାଣୀ ବ୍ଲକ ଅନ୍ତର୍ଗତ କଟ୍ରିଙ୍ଗିଆଠାରେ ପୋଷଣ ମହାସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ରୋଟାରୀ କ୍ଲବ୍‌‌ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୂତୀ, ପଂଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘର ପ୍ରତିନିଧୀ, ମାନସିକ ଅସୁସ୍ଥ ବ୍ୟକ୍ତି ଓ ଯତ୍ନକାରୀ, ସରକାରୀ ଅଧିକାରୀଙ୍କ ସମେତ ରୋଟାରୀ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ। ରୋଟାରୀର ସଂପାଦକ ବିଜୟକୃଷ୍ଣ ପଟ୍ଟନାୟକ ଅତିଥି ପରିଚୟ ଓ ସଭାପତି ବିପ୍ରଚରଣ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତ୍ସ୍ନା ମହାନ୍ତି, ଆକ୍ସନଏଡ୍‌ର ଜିଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ, କଟ୍ରିଙ୍ଗିଆ ପଂଚାୟତ ସରପଞ୍ଚ ପ୍ରତିଭା କହଁର, ରୋଟାରୀ ସଦସ୍ୟ ପ୍ରକାଶ ପଣ୍ଡା ପ୍ରମୁଖ ପାରମ୍ପରିକ ଖାଦ୍ୟ ଓ ଜୀବନ ଶୈଳୀ ଭଳି ବିିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍‌‌ ରୂପକ ରଞ୍ଜନ ମହାନ୍ତି, ସୀମାଞ୍ଚଳ ବେହେରା, ଉର୍ମିଳା ପଣ୍ଡା, ବି.ଦେବନ୍ଦ୍ର କୁମାର, ଆର.ନାରାୟଣ ସୁବୁଧି, ବିରଜା ପ୍ରସାଦ ନାହକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗର୍ଭବତୀ ଓ ପ୍ରସୂତୀ ମାଆମାନଙ୍କୁ ଏକ ପୋଷଣ ଖାଦ୍ୟ କିଟ୍‌‌ ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାରେ ଏକ ସନ୍ତୁଳିତ ଆହାରର ପ୍ରଦର୍ଶନୀ ସହିତ ଭିଡିଓ ମାଧ୍ୟମରେ କନ୍ଧମାଳର କୁପୋଷଣ ଓ ଏହାର ପ୍ରତିକାର ଉପରେ ଛୋଟ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ପ୍ରଦୀପ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଲୋକ ସାମନ୍ତରାୟ, ସସ୍ମିତା ବେହେରା, ମାମିନା ଦିଗାଲ, ଗିତାଞ୍ଜଳି ମୁଖି, ବିପ୍ର ଚରଣ ସାହୁ, ଗୌତମ ମଲ୍ଲିକ ଓ ସବିତା ମହାକୁଡ ପ୍ରମୁଖ ସହଯୋଗ କରିଥିଲେ। ଘନ ସବର ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

 

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories