www.samajalive.in
Monday, December 8, 2025
17.1 C
Bhubaneswar

ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କାର ଜୋରିମାନା

ବୁର୍ଲା : ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳ ହୋଇଥିବାରୁ ଭିମ୍‌ସାରକୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୧୧ ଲକ୍ଷ ଟଙ୍କାର ଜୋରିମାନା କରିଛି।  କେନ୍ଦ୍ରୀୟ ବିଦ୍ୟାଳୟ-୨ ନିକଟରେ ପ୍ରବାହିତ ମହାନଦୀରେ ଭିମ୍‌ସାରର ବର୍ଜ୍ୟବସ୍ତୁ ପକାଯାଉଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଭିମ୍‌ସାର କର୍ତ୍ତୃପକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ନିୟମ ପାଳନ କରୁ ନ ଥିବା ସ୍ପଷ୍ଟ ହୋଇଯାଇଥିଲା। ତେଣୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଏଥିପାଇଁ ଭିମ୍‌ସାର ଉପରେ ୧୧ ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି। ୧୫ ଦିନ ମଧ୍ୟରେ ଜୋରିମାନା ରାଶି ପୈଠ ନ କଲେ ଜାତୀୟ ଗ୍ରୀନ୍ ଟ୍ରାଇବୁନାଲଙ୍କ ନିର୍ଦେଶ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories