www.samajalive.in
Tuesday, December 9, 2025
17.1 C
Bhubaneswar

ଆନ୍ଧ୍ର ଚାଲାଣବେଳେ ୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ପାଟ୍ରୋଲିଂ ସମୟରେ ମହୁଲପାଟି ଛକରୁ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନଙ୍କୁ ଗୋଟେ ବୋଲେରୋ ଗାଡି ଜରିଆରେ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା। ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହିତ ତଦନ୍ତ କରିଥିଲା। ସେମାନଙ୍କ ପାଖରେ କୌଣସି କାଗଜ ପତ୍ର ନ ଥିଲା। ଶ୍ରମିକଙ୍କ ମନ୍ତବ୍ୟ ପରେ ତୁରେକେଲା ଅଞ୍ଚଳର ଦାଦନ ସର୍ଦ୍ଦାର ସଞ୍ଜୟ ରାଉତକୁ ଗିରଫ କରିଛି ପୁଲିସ। ଏ ନେଇ ଏକ ମାମଲା ନମ୍ବର ୨୮୯/୨୦୨୪ରେ ରୁଜୁ କରାଯାଇଛି। ଏହା ସହିତ ଉକ୍ତ ବୋଲେରୋ ଗାଡିକୁ ଜବତ କରାଯାଇଛି। ଉଦ୍ଧାର ୯ ଯୁବକ ହେଲେ, ତୁରେକେଲା ବ୍ଲକର ବୁଢ଼ୀବାହାଲ, ବଡ଼ଦୁକୁଳା, ଗଡ଼ଗଡ଼ବାହାଲ ଅଞ୍ଚଳର। ସମସ୍ତେ ଇଟା ଭାଟିକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ। ଉଦ୍ଧାର ଶ୍ରମିକଙ୍କୁ ପୁଲିସ ନିଜ ନିଜ ଗାଁରେ ଛାଡି ଦେଇଥିବା ବେଳେ ଗିରଫ ସର୍ଦ୍ଦାରକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories