www.samajalive.in
Monday, December 8, 2025
17.1 C
Bhubaneswar

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା; ଭାଇକୁ ନିର୍ଦୋଷ କହିଲେ ନିକିତାଙ୍କ ନଣନ୍ଦ

କଟକ: ଓଲିଉଡ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ନିକିତାଙ୍କ ବାପାଙ୍କ ଅଭିଯୋଗରେ ପୁଲିସ ତାଙ୍କ ସ୍ବାମୀ ଲିପନ ଜେଲରେ ଥିବା ବେଳେ ଲିପନଙ୍କ ଭଉଣୀ ତଥା ନିକିତାଙ୍କ ନଣନ୍ଦ ଏବେ ସାମ୍ନାକୁ ଆସି ଗଣମାଧ୍ୟମରେ ନୂଆ ତଥ୍ୟ ବୟାନ ଦେଇଛନ୍ତି । ନିକିତାଙ୍କ ନଣନ୍ଦ ସୋନମ ସାହୁ କହିଛନ୍ତି ଯେ, ନିକିତାଙ୍କ ପରିବାର ପୁଲିସକୁ ଦ୍ବନ୍ଦରେ ପକାଇଲା ଭଳି ବୟାନ ଦେଉଛନ୍ତି । ସେମାନେ ପ୍ରଥମେ କହିଲେ ଯେ ନିକିତା ଛାତରୁ ପଡି ମୁଣ୍ଡରେ ଆଘାତ ଲାଗିବା କାରଣରୁ ମୃତ୍ୟୁ ଘଟିଛି । ପରେ ମୋ ଭାଇ ତାଙ୍କୁ ଛାତରୁ ଠେଲି ହତ୍ୟା କରିଛି ବୋଲି ନିକିତାଙ୍କ ବାପା ଅଭିଯୋଗ କଲେ । ନିକିତାଙ୍କ ପରିବାର ଏଭଳି ବୟାନ ବଦଳାଉ ଥିବାରୁ ସାଧାରଣ ଭାବେ ପ୍ରଶ୍ନ ସୃଷ୍ଟି ହେଉଛି । ସେମାନେ ଯଦି ଜାଣିଥିଲେ ମୋ ଭାଇ ନିକିତାଙ୍କୁ ହତ୍ୟା କରିଛି ସେହି ଦିନ ପୁଲିସକୁ ନ ଜଣାଇ କାହିଁକି ୩ ଦିନ ପରେ ଏତଲା ଦେଲେ ? ମୋ ଭାଇ ସମ୍ପୂର୍ଣ୍ଣ ନିର୍ଦୋଷ । ନିକିତା ଛାତରୁ ଖସି ପଡିବା ବେଳେ ସେଠାରେ ତାଙ୍କ ଭାଇ ଓ ବାପା ଉପସ୍ଥିତି ଥିଲେ । ତେଣୁ ପୁଲିସ ସେମାନଙ୍କୁ ଜେରା କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହେଲେ ସତ୍ୟାସତ ଜଣାପଡିବ ବୋଲି ଲିପନଙ୍କ ଭଉଣୀ ପ୍ରତିକ୍ରିୟାରେ କହିଛନ୍ତି ।

ଏହା ସହ ସେ ଏକ ଭିଡିଓ ଗଣମାଧ୍ୟମରେ ଜାରି କରିଛନ୍ତି । ଯେଉଁଥିରେ ନିକିତା ଓ ଲିପନଙ୍କ ସହ ସେମାନଙ୍କ ପୁଅ ଖେଳୁଥିବା ଦୃଶ୍ୟ ରହିଛି । ଏହି ଭିଡିଓ ଉଭୟଙ୍କ ସମ୍ପର୍କର ମଧୁରତା ବର୍ଣ୍ଣନା କରୁଛି ବୋଲି ସୋନମ ସାହୁ ଗଣମାଧ୍ୟମରେ କହିଛନ୍ତି । ଏହା ସହ ତାଙ୍କ ବାପା ମା ଫେରାର ହୋଇ ଯାଇଥିବା ଘଟଣାରେ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ପରିବାରର ଅଭିଯୋଗକ୍ରମେ ପୁଲିସ ତାଙ୍କ ସ୍ବାମୀ ଲିପନଙ୍କୁ ଗିରଫ କରିଛି । ଏହି ଘଟଣାରେ ପୁଲିସକୁ ସହଯୋଗ କରିବା ପାଇଁ ତାଙ୍କ ଶାଶୂ ଓ ଶ୍ବଶୁରଙ୍କୁ ବାରମ୍ବାର ନୋଟିସ ହୋଇଥିଲା । କିନ୍ତୁ ସେମାନେ ହାଜର ନହୋଇ ଫେରାର ହୋଇ ଯାଇଛନ୍ତି । ଫଳରେ ଗତକାଲି ପୁଲିସ ନିକିତାଙ୍କ ଶାଶୂଘରେ ଲଟକା ଝୁଲାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories