ଚୀନକୁ ଟପି ଯିବ ଭାରତ !
ନୂଆଦିଲ୍ଲୀ : ୨୦୧୮ରେ ଚୀନକୁ ଟପି ଯିବ ଭାରତ । ଏହାର ସେୟାର ବଜାର ବିଶ୍ୱର ୫ମ ସବୁଠାରୁ ବଡ ସେୟାର ମାର୍କେଟ ହୋଇଯିବ । ସାଂକ୍ଟମ ଓ୍ୱେଲ୍ଥ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଭାରତର ଅର୍ଥନୀତିରେ ଦୃତ ଅଭିବୃଦ୍ଧି ଘଟିବ । ଏବେ ଭାରତ ୭.୫ ଅଭିବୃଦ୍ଧି ଲକ୍ଷ୍ୟ ରଖିଥିବା ବେଳେ ବିକଶିତ ଦେଶମାନେ ୨ରୁ ୩ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖିଛନ୍ତି ।
ଚୀନର ଅର୍ଥନୀତି ଏବେ ଧୀରେ ଧୀରେ ଅଧୋମୁଖୀ ହେଉଛି । ଏହାର ଅଭିବୃଦ୍ଧି ହାର ହ୍ରାସ ପାଉଛି । ଯଦି ମୁଦ୍ରା ସ୍ପିତି ବୃଦ୍ଧି ପାଇବ ତେବେ ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେବ ବୋଲି ଏଥିରେ କୁହାଯାଇଛି ।
ଆଧାର,ଜନଧନ, ବିମୁଦ୍ରାୟନ ଓ ଜିଏସ୍ଟି ଭାରତରେ ନୂଆ ବିକାଶ ଆଣିବାକୁ ସହାୟକ ହେବ ବୋଲି ଏଥିରେ କୁହାଯାଇଛି ।