www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: ମାଣ୍ଡିଆ ଓ ଡାଲିରେ କିପରି ମୋଦୀଙ୍କ ଚିତ୍ର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲା ୧୩ ବର୍ଷର ଝିଅ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।  ତେବେ ସବୁଠୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଜଣେ ୧୩ ବର୍ଷର ଝିଅ। ୧୩ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରି ଝିଅଟି ପ୍ରଧାନମନ୍ତ୍ରୀଙ୍କର ଏକ ବିରାଟ ଚିତ୍ର କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛି। ବଡ଼ ଆଶ୍ଚର୍ଯ୍ୟର କଥା ହେଲା ଏହି ଛାତ୍ରୀ ଜଣକ ମାଣ୍ଡିଆ ଏବଂ ଡାଲି ଭଳି ଶସ୍ୟରେ ମୋଦୀଙ୍କ ଚିତ୍ର ତିଆରି କରିଛି, ଯାହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।

- Advertisement -

ଛାତ୍ରୀ ଜଣକ ଚେନ୍ନାଇର ଏକ ସ୍କୁଲରେ ପଢୁଛନ୍ତି। ତାଙ୍କ ନାଁ ହେଉଛି ପ୍ରେସଲୀ ଶୋକିନା। ପ୍ରେସଲୀଙ୍କ ଏପରି ପ୍ରତିଭାକୁ ଦେଖି ବିଭିନ୍ନ ମହଲରେ ବହୁତ ପ୍ରଶଂସା କରାଯାଉଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏକ୍ସ’ରେ ଏହି ଭିଡିଓକୁ ଶେୟାର କରିଛନ୍ତି, ଯାହାର କ୍ୟାପସନ ରହିଛି ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପ୍ରିୟ !

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories