www.samajalive.in
Monday, December 8, 2025
24.1 C
Bhubaneswar

‘ଏକ ଦେଶ, ଏକ ନିର୍ବାଚନ’କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ସମାଜ ଡିଜିଟାଲ ଡେସ୍କ: ଏଣିକି ସାରା ଦେଶରେ ଗୋଟିଏ ସମୟରେ ନିର୍ବାଚନ ହେବ। ଆଉ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ପୃଥକ ଭାବେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବନି। ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା​‌ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ମଞ୍ଜୁରୀ ମିଳିବା ପରେ ଏଥିପାଇଁ ପଥ ପରିଷ୍କାର ହୋଇଛି। ଆଗାମୀ ୫ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ଏହାକୁ ଲାଗୁ କରାଯିବ।

ସାରା ଦେଶରେ ଏକସମୟରେ ନିର୍ବାଚନ ପ୍ରକ୍ରିୟା ତ୍ଵରାନ୍ବିତ କରିବା ଲାଗି ୨୦୨୩ ସେପ୍ଟେମ୍ବର ୨ରେ ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଗତ ମାର୍ଚ୍ଚ ମାସରେ କମିଟି ୧୮ ହଜାର ୬୨୬ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲେ, ଯାହାକୁ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି।

- Advertisement -

ଗତ ସ୍ଵାଧୀନତା ଦିବସରେ ଉଦବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଲାଗୁ କରାଯିବା ନେଇ ଘୋଷଣା କରିଥିଲେ। ବାରମ୍ବାର ନିର୍ବାଚନ ହେଉଥିବାରୁ ଏହା ଦେଶର ପ୍ରଗତିକୁ ଧିମା କରିଦେଉଛି ବୋଲି ମୋଦୀ କହିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories