www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ଭ୍ୟାନ ଧକ୍କାରେ ୨ ଆହତ,

କଟକ: ପୁଲିସ ଭ୍ୟାନ ଧକ୍କାରେ ଦୁଇ ଆହତ। କଟକ ବିଜୁ ପଟ୍ଟନାୟକ ଛକରେ ଦୁଇ ଜଣଙ୍କୁ ଧକ୍କା ଦେଲା ପୁଲିସ ଭ୍ୟାନ। ପୁଲିସ ଗାଡ଼ିଟି ଦ୍ରୁତ ଗତିରେ ଜଣେ ସାଇକେଲ ଆରୋହୀଙ୍କୁ ପଛ ପଟୁ ଧକ୍କା ଦେଇ ରାସ୍ତାକଡ଼ରେ ଥିବା ଜୋତା ମରାମତି ଦୋକାନୀ ଉପରକୁ ମାଡ଼ି ଆସିଥିଲା। ଗାଡିଟି ମାଡି ଆସିବା ଦେଖି ଦୋକାନୀ ଜଣକ ରାସ୍ତା ଆଡକୁ ଡେଇଁ ପଡିଥିଲେ ଫଳରେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।

ପୁଲିସ ଗାଡ଼ିଟି ଭାରସାମ୍ୟ ହରାଇ ନିକଟରେ ଥିବା ଡ୍ରେନକୁ ପଶିଯାଇଥିଲା । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଗାଡି ଡ୍ରାଇଭରକୁ କାବୁ କରିଥିବା ବେଳେ ସେ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଥିଲା। ସେହି ଗାଡିରେ ଆଉ ଜଣେ ପୁଲିସ କର୍ମଚାରୀ ଥିବାବେଳେ ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। କ୍ୟାଣ୍ଟନମେଣ୍ଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁଇଜଣଙ୍କୁ ନେଇ ପ୍ରାଥମିକ ଚିକିତ୍ସା କରାଇଛି।

- Advertisement -

କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସଂପୃକ୍ତ ପୁଲିସ ଭ୍ୟାନର ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories