www.samajalive.in
Monday, November 17, 2025
17.1 C
Bhubaneswar

ଖୋର୍ଦ୍ଧା ଜିଲାସ୍ତରୀୟ ପେନସନ ଅଦାଲତ, ୨୭୭୮ଟି ମାମଲାର ଶୁଣାଣି 

ଖୋର୍ଦ୍ଧା : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନଓ ଭବିଷ୍ୟନିଧି ) ସଞ୍ଜୟ କୁମାର,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁ, ଡେପୁଟି କଲେକ୍ଟର, ଦେବବ୍ରତ କର ,ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବରିଷ୍ଠ ଲେଖାଧିକାରୀ ସାରଦା ପ୍ରସନ୍ନ ମହାପାତ୍ର, କଲ୍ୟାଣ ପଣ୍ଡା ଯୋଗଦେଇ ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ।

ଉପ ମହାଲେଖାକାର ସଞ୍ଜୟ କୁମାର ଉପସ୍ଥିତ ଥିବା ପେନସନ ମଞ୍ଜୁରକର୍ତ୍ତା ଓ ଡିଡିଓ ମାନେ ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ଦେୟ କାଗଜପତ୍ର ଠିକ ସମୟରେ ମହାଲେଖାକାର କାର୍ଯ୍ୟାଳୟକୁ ପଠାଉନଥିବାରୁ ସେମାନେ ଠିକ ସମୟରେ ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି । ଅବସର ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡେ। ତେଣୁ ମାନବୀୟ ଦୃଷ୍ଟି କୋଣରୁ ସେମାନଙ୍କର ଦୂରାବସ୍ଥାର ସୁଧାର ଆଣିବା ପାଇଁ ଅବସରର 2 ମାସ ପୁର୍ବରୁ ଏଜି କାର୍ଯ୍ୟାଳୟକୁ ପଠାଇବା ଉଚିତ ଯାହାଫଳରେ ଅବସର ଦିନ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରିବେ। ସରକାର ପେନସନ ଆବେଦନ ପତ୍ର ସରଳିକରଣ କରିବାକୁ ଅନୁରୋଧ କରିଥିଲେ।

- Advertisement -

ନିର୍ଦେଶକ ଶ୍ରୀ ସାହୁ ପେନସନ ମଞ୍ଜୁରକର୍ତ୍ତାମାନେ ଅବସର ପୂର୍ବରୁ ଯେପରି ଅବସର କାଗଜପତ୍ର ଯେପରି ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚେ ସେଥିପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ବିଭିନ୍ନ ବିଭାଗର ପେନସନ ମଞ୍ଜୁର କର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ପେନସନ ମଞ୍ଜୁରୀ ବିଳମ୍ବିତ ହେଉଥିବାରୁ ନିର୍ଦ୍ଦେଶକ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଖୋର୍ଦ୍ଧା ଜିଲ୍ଲାରେ ପେନସନ ଓ ଗ୍ରାଚୁଇଟି ମଂଜୁର ହୋଇ ନ ଥିବା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପେନସନ କାଗଜ ପତ୍ର ସେପ୍ଟେମ୍ବର ଶେଷ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ lକର୍ମଚାରୀମାନେ ସେମାନଙ୍କର ପେନସନ, ଭବିଷ୍ୟନିଧି ପ୍ରାପ୍ୟ ଯେପରି ଠିକ ସମୟରେ ପାଇପାରିବେ ତା ଉପରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ସମୟ ବଦଳି ଯାଇଛି ଅବସରକାଳୀନ ପ୍ରାପ୍ୟ ପାଇବା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁନାହିଁ l ଏଜି କାର୍ଯ୍ୟାଳୟ ଦୁଇ ମାସ ପୂର୍ବରୁ ଯାଇଥିବା ପେନସନ ଆବେଦନ ପତ୍ର ବିଚାରକୁ ନେଇ ଅବସର ପୂର୍ବରୁ ପେନସନ ଓ ଜିପିଏଫ ପ୍ରଦାନ କରୁଥିବାରୁ ପ୍ରଶଂସା କରିଥିଲେ। ଡେପୁଟି କଲେକ୍ଟର ଶ୍ରୀ କର ଏ. ଜି କାର୍ଯ୍ୟାଳୟ ପକ୍ଷରୁ ପେନସନର ମାନଙ୍କ ପେନସନ ର ଅବସରକାଳୀନ ପ୍ରାପ୍ୟ ଫଇସଲା ପାଇଁ ଏହିଭଳି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଲେଖାଧିକାରୀ ଶ୍ରୀ ମହାପାତ୍ର ଓ ଅଶୋକ କୁମାର ପାତ୍ର ପେନସନ ଓ ଜିପିଏଫ ଆବେଦନ ପତ୍ର ପଠାଉଥିବା ବେଳେ ଯେଉଁ ଭୁଲ କରନ୍ତି ତାର ସଂଶୋଧନ କିପରି କରାଯାଇ ପାରିବ ପିପିଟି ମାଧ୍ୟମରେ ବୁଝାଇଥିଲେ। ଏହି ପେନସନ ଅଦାଲତରେ ଖୋର୍ଦ୍ଧା ଜିଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା ୨୭୭୮ଟି ମାମଲାର ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା।

ଏହି ଅଦାଲତକୁ ସହକାରୀ ଲେଖାଧିକାରୀ ଆଶୁତୋଷ ଦାଶ, ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ପଣ୍ଡା,ଭିନେଶ ଯାଦବ,ପୁରୁଷୋତ୍ତମ ବଳ,ଅଶୋକ କୁମାର ପାତ୍ର,କୌଶିକ କୁମାର କବି, ଯାମି ସଞ୍ଜୟ ସିଂହ, ଚନ୍ଦ୍ର ଶେଖର ବେହେରା ଓ ଜିଲ୍ଲା ପ୍ରଶାସନର ବାବୁଲି ପଟ୍ଟନାୟକ, ସଂଘମିତ୍ରା ମହାପାତ୍ର, ଭବାନୀ ଶଙ୍କର ବିଧାର, ଅମୀୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ପେନସନ ଅଦାଲତକୁ ପରିଚାଳନା କରିଥିଲେ।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories