www.samajalive.in
Wednesday, December 10, 2025
18.1 C
Bhubaneswar

ସିବିଏସ୍‌ଇ ଦଶମ ପାଇଁ ଦୁଇସ୍ତରୀୟ ଗଣିତ ପରୀକ୍ଷା

ଗଣିତ ବିଷୟ ସହଜ କରିବା ଉଦ୍ଦେଶ୍ୟ; ୨୦୨୦ରୁ କାର୍ଯ୍ୟକାରୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗଣିତରେ ଦୁଇସ୍ତରୀୟ ବୋର୍ଡ ପରୀକ୍ଷା ବ୍ୟବସ୍ଥା କରାଯାଉଛି। ୨୦୨୦ରୁ ଏହା କାର୍ଯ୍ୟକାରୀ ହେବ ଓ ଏହାକୁ ‘ଷ୍ଟାଣ୍ଡାର୍ଡ ଏବଂ ବେସିକ୍‌’ ଆଖ୍ୟା ଦିଆଯାଇଛି। ଏଥିସହିତ ପ୍ରଚଳିତ ଗଣିତ ପାଠ୍ୟକ୍ରମ ଜାରି ରହିବ; ତେବେ ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାକୁ ‘ମାଥ୍‌ମେଟିକ୍ସ-ଷ୍ଟାଣ୍ଡାର୍ଡ’ ଏବଂ ସହଜସ୍ତରକୁ ‘ମାଥ୍‌ମେଟିକ୍ସ-ବେସିକ୍‌’ ଆଖ୍ୟା ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଏହାଛଡ଼ା ଶ୍ରେଣୀଗୃହ ଶିକ୍ଷା ଓ ଇଣ୍ଟରନାଲ ଆସେସ୍‌ମେଣ୍ଟ ବ୍ୟବସ୍ଥା ମଧ୍ୟ ଜାରି ରହିବ ବୋଲି ଏଥିରେ କୁହାଯାଇଛି। ଗଣିତ ବିଷୟ ସହଜ କରିବା ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଉଛି। ଏହା ଦ୍ବାରା ଦୁଇସ୍ତରରେ ଶିକ୍ଷାଦାନ ସହ ପରୀକ୍ଷା ମଧ୍ୟ କରାଯିବ; ଯଦ୍ଦ୍ବାରା ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ ପାଇବ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ଗଣିତକୁ ଅଧିକାଂଶ ପିଲା କଷ୍ଟସାଧ୍ୟ ବିଷୟ ବୋଲି ମନେ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି।
ନ୍ୟାସନାଲ ଫୋକସ୍‌ ଗ୍ରୁପ୍‌ ଅନ୍‌ ଏକ୍‌ଜାମିନେସନ୍‌ ରିଫର୍ମ ବା ଏନ୍‌ସିଏଫ୍‌ ସୂତ୍ରାନୁସାରେ ବିଶେଷ କରି ଗଣିତକୁ ଭୟ କରୁଥିବା ପିଲାଙ୍କ ପାଇଁ ନୂଆ ବ୍ୟବସ୍ଥାରେ ପସନ୍ଦ ସୁବିଧା ପ୍ରଦାନ କରାଯିବ। ଯୁକ୍ତ ଦୁଇ ଶ୍ରେଣୀରେ ଯେଉଁମାନେ ଗଣିତ ବିଷୟ ଅଧ୍ୟୟନ କରିବାକୁ ପସନ୍ଦ କରୁ ନାହାନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ ହେବ। ସେମାନେ ‘ଗଣିତ-ମେସିକ୍‌’ ବାଛି ଏଥିରେ ପରୀକ୍ଷା ଦେଇପାରିବେ। ଯେଉଁମାନେ ଯୁକ୍ତ ଦୁଇରେ ଗଣିତ ଅଧ୍ୟନ କରିବାକୁ ଆଗ୍ରହୀ ସେମାନେ ଗଣିତ-ଷ୍ଟାଣ୍ଡାର୍ଡସ୍ତରରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ଏ ଦୁଇଟି ମଧ୍ୟରୁ କେଉଁଟିକୁ ଗ୍ରହଣ କରିବେ ତାହା ପରୀକ୍ଷାର୍ଥୀ ତାଲିକା (ଏଲଓସି) ଦାଖଲ ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଏଲଓସିରେ ଜଣାଇବେ। ଗଣିତ ବେସିକ୍‌ରେ ପରୀକ୍ଷା ଦେଇଥିବା କୌଣସି ପିଲା ଅକୃତକାର୍ଯ୍ୟ ହେଲେ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେଇପାରିବେ। ସେହିପରି ଗଣିତ ଷ୍ଟାଣ୍ଡାର୍ଡ ପରୀକ୍ଷାରେ ଅକୃତକାର୍ଯ୍ୟ ପିଲା କମ୍ପାର୍ଟମେଣ୍ଟାଲ ମାଧ୍ୟମରେ ଗଣିତ-ବେସିକ୍‌ ମାଧ୍ୟମରେ ଉତ୍ତୀର୍ଣ୍ଣ ହୋଇପାରିବେ। ପୁନଶ୍ଚ, ଗଣତିତ ବେସିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ପିଲା କମ୍ପାର୍ଟମେଣ୍ଟାଲରେ ଗଣିତ-ଷ୍ଟାଣ୍ଡାର୍ଡ ପରୀକ୍ଷା ମଧ୍ୟ ଦେଇପାରିିବେ। ଉଚ୍ଚ ଶ୍ରେଣୀରେ ଗଣିତ ଅଧ୍ୟୟନ କରିବାକୁ ଆଗ୍ରହୀ ପିଲାଙ୍କ ପାଇଁ ଏହା ଉପାଦେୟ ହେବ। ବଡ଼ କଥା ହେଉଛି, ଏହି ଦୁଇସ୍ତରୀୟ ପରୀକ୍ଷା ବ୍ୟବସ୍ଥା ଇଣ୍ଟରନାଲରେ କାର୍ଯ୍ୟକାରୀ ହେବ ନାହିଁ। ନବମ ଶ୍ରେଣୀରେ ମଧ୍ୟ ଏହା ପ୍ରଚଳନ ହେବ ନାହିଁ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories