ସମ୍ବଲପୁର: ଆସନ୍ତା ଅକ୍ଟୋବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲାର ଯୁଜୁମୁରାଠାରେ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ସମ୍ବଲପୁର ଜିଲା ତୀରନ୍ଦାଜୀ ସଂଘର ଏକ ପ୍ରତିନିଧି ମଣ୍ଡଳ ବୁଧବାର ଜିଲାପାଳଙ୍କୁ ସାକ୍ଷାତକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ସହଯୋଗ କାମନା କରିଥିଲେ। ପ୍ରତିନିଧି ମଣ୍ଡଳରେ ସଂଘ ସଭାପତି କିଶୋର କୁମାର ଦେହୁରୀ, ଉପସଭାପତି ଅଶ୍ୱିନୀ କୁମୁରା ଓ ଉପଦେଷ୍ଟା ସୁରେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।



