www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ତର୍ଜାତୀୟ ଜୁଡୋ ଖେଳାଳି ଇଶାନ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁର ମାଟିର ପୁଅ ତଥା ଅନ୍ତର୍ଜାତୀୟ ଜୁଡୋ ଖେଳାଳି ଇଶାନ କୁମାର ପ୍ରଧାନଙ୍କୁ ସମ୍ବଲପୁର ଜିଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟରେ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଈଶାନଙ୍କୁ ସୁନାମ ଅର୍ଜନ କରିଥିବା ଏବଂ ଆଗାମୀ ଦିନରେ ସେ ଖେଳିବାକୁ ଥିବା ଅନ୍ତର୍ଜାତୀୟ ଜୁଡୋ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଦେଇଥିଲେ । ଏଥି ସହ ଜିଲାପାଳ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଈଶାନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମ୍ବଲପୁର ଗୋବିନ୍ଦତୋଲା ନିବାସୀ ଜିତେନ୍ଦ୍ର ପ୍ରଧାନ ଓ ସଙ୍ଗୀତା ପ୍ରଧାନଙ୍କ ପୁତ୍ର ଇଶାନ ଆଗାମୀ ନଭେମ୍ବର ୭ ତାରିଖରେ ୟୁରୋପର ହଙ୍ଗେରୀରେ ଆୟୋଜିତ ହେବାକୁ ଥିବା ଜୁଡୋ ପ୍ରଶିକ୍ଷଣ ଶିବିରରେ ଭାଗ ନେବେ ଏବଂ ୟୁରୋପୀୟନ ଚାମ୍ପିଅନଶିପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହା ପୂର୍ବରୁ ଈଶାନ ୨୦୨୦ ଓ ୨୦୨୧ରେ ଜାତୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ସାରିଛନ୍ତି । ଏକ ବର୍ଷ ପାଇଁ କଳିଙ୍ଗ ଷ୍ଟାଡିୟମଠାରେ କୋଚ୍‌ ଗୀତାଞ୍ଜଳି ପଣ୍ଡାଙ୍କ ଅଧୀନରେ ପ୍ରଶିକ୍ଷଣ ନେଇଥିବା ଈଶାନ ବର୍ତ୍ତମାନ ଗୋଆର ସାଇ ଏସଟିଟି ପୋଣ୍ଡାଠାରେ କୋଚ ସୁଶୀଲ ଗାଏକ୍ୱାଡଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି । ଆଗାମୀ ଦିନରେ ହଙ୍ଗେରୀଠାରେ ହେବାକୁ ଥିବା ଆନ୍ତର୍ଜାତିକ ଜୁଡୋ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଇଶାନ କହିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଇଶାନଙ୍କ ସହିତ ତାଙ୍କର ଜେଜେମା ସୁଖଲତା ନାୟକ, ଜିଲା କ୍ରୀଡା ଅଧିକାରୀ ସତ୍ୟ ନାରାୟଣ ତାଣ୍ଡି, ପୂର୍ବତନ ଜିଲା କ୍ରୀଡା ଅଧିକାରୀ ଉପେନ୍ଦ୍ର କୁମାର ଶତପଥୀ, ଲକ୍ଷ୍ମଣ କୁମାର ମେହେର, ଏମ. ଏନ. ରହମାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories