www.samajalive.in
Monday, December 8, 2025
20.1 C
Bhubaneswar

ସୁସ୍ଥ ହୋଇ ଫେରିଲେ ରାକେଶ ରୋଶନ

ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦେଶକ ରାକେଶ ରୋଶନ ଚିକିତ୍ସାଳୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାକେଶଙ୍କ ପୁଅ ବଲିଉଡର ଜଣାଶୁଣା ନାୟକ ହ୍ରିତିକ ରୋଶନ ଏନେଇ ସୂଚନା ଦେଇଛନ୍ତି। ହ୍ରିତିକ ତାଙ୍କ ଟ୍ବିଟର ଆକାଉଣ୍ଟରେ ନିଜ ପରିବାର ସହିତ ଫଟୋ ସେୟାର କରି ପ୍ରଶଂସକ ମାନଙ୍କୁ ଏହି ସୂଚନା ଦେଇଛନ୍ତି। ହ୍ରିତିକ ଟ୍ୱିଟରରେ ଫଟୋ ସେୟାର କରି ଲେଖିଛନ୍ତି-ଏବେ ମୋ ପିତା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି। ରାକେଶଙ୍କ ସୁସ୍ଥ ହୋଇ ଫେରିବା ପଛରେ ତାଙ୍କ ପ୍ରଶସଂକ ମାନଙ୍କ ଭଲପାଇବା ରହିଛି ବୋଲି ସେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି- ‘ରୁକ ନେହି ସକତେ’, ‘ରୁକେଙ୍ଗେ ନେହିଁ’, ‘ହମ ବାର ବାର ସୁରୁଆତ କରେଙ୍ଗେ’।

courtesy-daily mail

ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ ଗଳା କ୍ୟାନସର ରୋଗରେ ପିଡୀତ ଥିଲେ। ରାକେଶ ରୋଶନଙ୍କ ଗଳାରେ କ୍ୟାନ୍‌ସର ହୋଇଥିବା ତାଙ୍କ ପୁଅ ଅଭିନେତା ହ୍ରିତିକ୍‍ ରୋଶନ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇଥିଲେ। ଫଟୋ ସେୟାର କରି ହ୍ରିତିକ ଲେଖିଥିଲେ ରାକେଶଙ୍କ କ୍ୟାନ୍‌ସର ପ୍ରଥମ ପର୍ଯ୍ୟାୟରେ ରହିିଛି। ଜାନୁଆରୀ ୦୮ରେ ତାଙ୍କର ସର୍ଜରୀ କରାଯାଇଥିଲା। ହ୍ରିତିକ୍‍ ସାମାଜିକ ଗଣମାଧ୍ୟମରେ ପିତା ରାକେଶଙ୍କ ସହ ଜିମ୍ ରେ ଥିବା ସମୟର ଏକ ଫଟୋ ଶେୟାର କରିଥିଲେ।

- Advertisement -

ରାକେଶ ଚଳିତ ଦିନରେ ‘କ୍ରିଶ୍‍-୪’ର ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଥିବା ଜଣାପଡ଼ିଛି। ଏହି ଚଳଚ୍ଚିତ୍ରରେ ପୁଣିଥରେ ରାକେଶ ତାଙ୍କ ପୁଅ ହ୍ରିତିକଙ୍କ ସହ କାମ କରିବେ। ତେବେ ପୂର୍ବରୁ ଏହି ଚଳଚ୍ଚିତ୍ରର ସମସ୍ତ ଭାଗ ଗୁଡ଼ିକ ବହୁ ସଫଳତା ହାସଲ କରିଥିିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories