www.samajalive.in
Monday, December 8, 2025
27.1 C
Bhubaneswar

୨୯୩ ଗୋଟି ଅଭିଯୋଗ ଶୁଣିଲେ ଜିଲାପାଳ

ବାସୁଦେବପୁର: ସୋମବାର ସରକାରୀ ଛୁଟି ଥିବାରୁ ମଙ୍ଗଳବାର ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବାସୁଦେବପୁର ବ୍ଲକ ପରିସରରେ ଥିବା ଚିନ୍ତାମଣୀ ସଭାଗୃହରେ ଜିଲାପାଳ ଦିଲ୍ଲୀପ କୁମାର ରାଉତରାୟ ଓ ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି ଉପସ୍ଥିିତ ରହି ମୋଟ ୨୯୩ଗୋଟି ଅଭିଯୋଗର ଶୁଣାଣି କରିଥିଲେ। ସେଥି ମଧ୍ୟରୁ ୨୪୭ ଗୋଟି ବ୍ୟକ୍ତିଗତ ସମସ୍ୟା ଓ ୪୬ ଗୋଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ରହିଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ, ବାର୍ଦ୍ଧକ୍ୟଭତ୍ତା, ଅଗ୍ନି ଦୁର୍ଘଟଣା, ଅଙ୍ଗନବାଡ଼ି କେନ୍ଦ୍ର, ଲେବରକାର୍ଡ ଜରିଆରେ ହିତାଧିକାରୀଙ୍କୁ ମିଳୁଥିବା ସୁବିଧା ସଂକ୍ରାନ୍ତୀୟ ତଥା ଅନ୍ୟ ସଂପୃକ୍ତ ବିଭାଗୀୟ ସମସ୍ୟା ଜନିତ ଆଗତ ଅଭିଯୋଗଗୁଡିକର ଧାର୍ଯ୍ୟ ସମୟରେ ସମାଧାନ କରାଯିବାକୁ ନେଇ ଶିବିରରେ ଉପସ୍ଥିତ ଥିବା ପଦାଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ସାମାଜିକ ସୁରକ୍ଷା ଯୋଜନା ଜରିଆରେ ଗୋଟିଏ ତିନିଚକିଆ ସାଇକେଲ, ତିନିଗୋଟି ମୋଟରଚାଳିତ ତିନିଚକିଆ ସାଇକେଲ, ହ୍ୱିଲଚେୟାର ଗୋଟିଏ, ଗୋଟିଏ ଶ୍ରବଣଯନ୍ତ୍ରକୁ ମିଶାଇ ମୋଟ ଛଅଗୋଟି ଉପକରଣ ଦିବ୍ୟାଙ୍ଗମାନଙ୍କୁ ଜିଲାପାଳ ପ୍ରଦାନ କରିଥିଲେ। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲାପାଳ ମନୋଜ ପାତ୍ର, ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ବାସୁଦେବପୁର ବିଡିଓ ସଞ୍ଜିବ କୁମାର ସାହୁ ଏହି ଶିବିର ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories