www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ; ବିଳମ୍ବିତ ରାତିରେ ଶୋଇଲେ ୫୦%ରୁ ଅଧିକ ଥାଏ ମଧୁମେହ ହେବାର ସମ୍ଭାବନା..

ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ମାତ୍ର ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହୁଛନ୍ତି । ବିଶେଷ କରି ମୋବାଇଲ ଦେଖି ବିଳମ୍ବିତ ରାତିରେ ଶୋଉଛନ୍ତି । ମାତ୍ର ରାତିରେ ବିଳମ୍ବିତ ରାତିରେ ଶୋଇବା ଏହି ଅଭ୍ୟାସ ମଧୁମେହ ୨ର (Diabetes type 2) କାରଣ ପାଲଟିଥାଏ ।
ଆଜ୍ଞା ହଁ ଏକ ଅଧ୍ୟୟନରୁ ଜଣାପଡିଛି, ବିଳମ୍ବିତ ରାତିରେ ଶୋଉଥିବା ଓ ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ସମ୍ଭାବନା ଥାଏ । କମ୍‌ ପରିମାଣରେ ଶୋଇବା ଓ ଭୁଲ୍‌ ଜୀବନଶୈଳୀ ମଧୁମେହର ମୁଖ୍ୟ କାରଣ ।

ଗୁରୁ କରିବେ ଓଲଟା ଚଳନ; ଏହି ରାଶିଙ୍କ ଭାଗ୍ୟ ଚମକାଇ କରିବେ ଧନ ବର୍ଷା..

- Advertisement -

ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତି, ଅନ୍ୟ ମାନଙ୍କ ତୁଳନାରେ ସେମାନଙ୍କ ନିକଟରେ ମଧୁମେହ ୨ ହେବାର ସମ୍ଭାବନା ୪୬ ପ୍ରତିଶତ ଅଧିକ ଥାଏ । ଅଧ୍ୟୟନ ପାଇଁ ଲୋକମାନଙ୍କୁ ୩ ଭାଗରେ ଭାଗ କରାଗଲା । ପ୍ରଥମ ସକାଳେ ଶୀଘ୍ର ଉଠୁଥିବା, ମଧ୍ୟମ ଓ ୩ୟ ବିଳମ୍ବରେ ଉଠୁଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇ ପରୀକ୍ଷା କରାଗଲା ।

ଦେଖନ୍ତୁ ଭିଡିଓ ; ଟିୟୁସନରୁ ଆଣିବାକୁ ଯାଉଥିଲେ, ଓଲଟିଲା ଅଟୋ, ମାଆକୁ ବଞ୍ଚାଇବାକୁ ଦୌଡିଗଲା ଝିଅ..

ଯେଉଁମାନେ ବିଳମ୍ବିତ ରାତିରେ ଶୁଅନ୍ତି, ସେମାନେ ସକାଳେ ମଧ୍ୟ ବିଳମ୍ବରେ ଉଠନ୍ତି । ଅଧ୍ୟୟନରେ କୁହାଯାଇଛି, ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି, ସେମାନଙ୍କ ନିକଟରେ ମଧୁମେହ ୨ ଓ ମେଟାବୋଲିଜିମ୍‌ ଜନିତ ସମସ୍ୟା ଅଧିକ ଦେଖାଯାଉଛି । ବିଳମ୍ବିତ ରାତିରେ ଶୋଇଲେ ପେଟ ବଢିବା, ଶରୀରରେ ଚର୍ବି ଜମାଟ ବାନ୍ଧିବା, ଯକୃତ ଉପରେ ଚର୍ବି ଜମାଟ ବାନ୍ଧିବା ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories