www.samajalive.in
Monday, December 8, 2025
27.1 C
Bhubaneswar

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..

ଗ୍ରହଙ୍କ ରାଜକୁମାର ବୁଧ ରାଶି ପରିବର୍ତ୍ତନ କରି ସିଂହ ରାଶିରେ ପ୍ରବେଶ କରିଛନ୍ତି । ପୂର୍ବରୁ ହିଁ ଗ୍ରହଙ୍କ ରାଜା ସୂର୍ଯ୍ୟ ଏଠାରେ ବିରାଜମାନ କରିଛନ୍ତି । ଫଳରେ ସିଂହ ରାଶିରେ ବୁଦ୍ଧାଦିଥ୍ୟ ଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୪ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବ । ଖୁବ୍‌ ଶୁଭ ଫଳ ପ୍ରାପ୍ତି ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ନିଶ୍ଚିତ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି । ୪ ସେପ୍ଟେମ୍ବର ୨୦୨୪ରେ ବୁଧ ଗ୍ରହ ସିଂହ ରାଶିରେ ପ୍ରବେଶ କରି ସାରିଛନ୍ତି । ଫଳରେ ସିଂହ ରାଶିରେ ସୂର୍ଯ୍ୟ ଓ ବୁଧ ଏକାଠି ହୋଇ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି । ଏହି ଯୋଗ ଖୁବ୍‌ ଖାସ୍‌ କାରଣ ସୂର୍ଯ୍ୟଙ୍କ ରାଶି ସିଂହରେ ହିଁ ଏହି ଯୋଗ ସୃଷ୍ଟି ହୋଇଛି।

- Advertisement -

ଏହି ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ମାତ୍ର ୪ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ବୁଧ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସିଂହ ରାଶିରେ ରହିବେ । ଏହାଦ୍ୱାରା ୪ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ ।ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ । କର୍ମକ୍ଷେତ୍ର ପାଇଁ ସମୟ ଉତ୍ତମ । ମାନ-ସମ୍ମାନ ବୃଦ୍ଧି ହେବ । ଉନ୍ନତି ହେବା ସହ ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି।

ଏହି ୫ଟି କାରଣରୁ ଶୀଘ୍ର ବଢିଥାଏ ମହିଳାଙ୍କ ଓଜନ, ଆପଣ ବି କରୁ ନାହାଁନ୍ତି ତ ଭୁଲ୍‌..

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ । ଘରେ ହସଖୁସିର ବାତାବରଣ ରହିବ।

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷ ପ୍ରେମ ସମ୍ପର୍କ ପାଇଁ ସମୟ ଅନୁକୂଳ ରହିଛି । ବିବାହ ସ୍ଥିର ହୋଇପାରେ । ଧନ ଲାଭ ହେବ । ମାତ୍ର ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଚିନ୍ତା ଦୂର ହେବ ।

କୁମ୍ଭ- ଅଟକି ଥିବା କାମ ପୂରଣ ହେବ । ହଠାତ୍‌ ଧନ ଲାଭ ହେବ । ବୈବାହିକ ଜୀବନ ସୁଖମୟ ହେବ।

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories