www.samajalive.in
Monday, December 8, 2025
17.1 C
Bhubaneswar

ନିଜ ଆଗ୍ରହ ମୁତାବକ ବିଷୟ ବାଛି ପଢ଼ିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସିଏଚଏସଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ର ଅଧ୍ୟକ୍ଷ ତଥା ଅଗ୍ନିଶମ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସରକାରୀ ବିଦ୍ୟାଳୟରେ ଅଧିକରୁ ଅଧିକ ନାମ ଲେଖାଇବା ପାଇଁ ଉତ୍ସାହିତ କରିଥିଲେ । ଏଥିସହ ନୈତିକ ଶିକ୍ଷାକୁ ଗୁରୁତ୍ବ ଦେଇ ସୃଜନଶୀଳ କାର୍ଯ୍ୟକଳାପ ଯଥା ପରିବେଶ ସୁରକ୍ଷା, କ୍ରୀଡ଼ା, ସଙ୍ଗୀତ, ବ୍ୟାୟାମ ଆଦିକୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟ ଅତିଥି ।

ଅନ୍ୟପକ୍ଷେ ସମାରୋହରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ  ଶୁଭଶ୍ରୀ ନନ୍ଦ ଓ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ତରାଇ ଯୋଗ ଦେଇଥିଲେ । ଜାତୀୟ ଶିକ୍ଷା ନୀତି- ୨୦୨୦ ସମ୍ପର୍କରେ ଆଲୋଚନା କରି ଶ୍ରୀମତୀ ନନ୍ଦ କହିଥିଲେ ଯେ ନିଜ ଆଗ୍ରହ ମୁତାବକ ବିଷୟ ବାଛି ପିଲାମାନେ ପଢ଼ିପାରିବେ ଏବଂ ନୂତନ ପଦ୍ଧତିକୁ ଆପଣେଇ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବେ । ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ତରାଇ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ବାରୋପ କରିଥିଲେ । ବିଦ୍ୟାଳୟସ୍ତରରୁ ତୃତୀୟ ଭାଷାରେ ଧନ୍ଦାମୂଳକ ଶିକ୍ଷାକୁ ବାଛି ପାରିବାର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ । ଅଧିକରୁ ଅଧିକ ଧନ୍ଦାମୂଳକ ବିଷୟରୁ ଜ୍ଞାନ ଆହରଣ କରିବାକୁ ଶ୍ରୀ ତରାଇ ଆହ୍ବାନ କରିଥିଲେ ।

- Advertisement -

ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସର୍ବପ୍ରଥମେ ସ୍ବାଗତ ଅଭିଭାଷଣ ରଖି ସିଏଚଏସଇର ଭୂମିକା ସମ୍ପର୍କରେ ଜରୁରୀ ତଥ୍ୟ ଉପସ୍ଥାପନା କରିଥିଲେ । ପରୀକ୍ଷା ପରିଚଳନାରେ ସଫଳତା, ପାଠ୍ୟକ୍ରମରେ ପରିବର୍ତ୍ତନ, ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କ ସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ ପରେ ପରିଷଦ ସଚିବ ଶୁଭ୍ରାବାଳା ବେହେରା ପରିଷଦର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ଏହି ଭବ୍ୟ ଆୟୋଜନ ସ୍ମୃତିରେ ବିଦ୍ୟାର୍ଥୀମାନଙ୍କ ବହୁବିଧ ଆଲେଖ୍ୟକୁ ନେଇ ଏକ ବିଶେଷ ସ୍ମରଣିକା ‘ପ୍ରଜ୍ଞା’ ଉନ୍ମୋଚିତ କରାଯାଇଥିଲା । ଏଥିସହ ପ୍ରଥମ ଥର ପାଇଁ ଚେୟାରମ୍ୟାନ କପ୍ ବକ୍ତୃତା ପ୍ରତିଯୋଗିତା ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ପରିଷଦର ଅଧିକାରୀ, କର୍ମଚାରୀ ଏବଂ ପରିଷଦର ସଦସ୍ୟ ତଥା ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏହି ସମାରୋହକୁ ସଫଳ କରିଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories