www.samajalive.in
Tuesday, December 9, 2025
16.1 C
Bhubaneswar

ପୋଖରୀରେ ବୁଡି ସମ୍ପର୍କୀୟ ଭାଇ-ଭଉଣୀ ମୃତ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ୨ କୋମଳମତି ଶିଶୁଙ୍କ ଜୀବନ ଯାଇଥିବା ଦେଖିବାକୁ ମିଳିଛି । ଏଭିଳି ହୃଦୟବିଦାରକ ଘଟଣା କାଲିମେଳା ବ୍ଲକ କାଙ୍ଗୁରୁକୋଣ୍ଡା ପଂଚାୟତର ସାଲମାରିକୋଣ୍ଡା ଗ୍ରାମରେ ଘଟିଛି । ମିଳିଥିବା ସୁଚନା ଅନୁଯାୟୀ, ଉକ୍ତ ଗ୍ରାମରେ ରହୁଥିବା ଦେବା ମାଡକାମିଙ୍କ ୫ ବର୍ଷର ପୁଅ ବିବେକ ମାଡକାମି ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା ଚିତ୍ରାଙ୍ଗପାଲ୍ଲୀ ପଂଚାୟତର ଉସକାପାଲ୍ଲୀ ଗ୍ରାମର ବଜା ପଡିଆମିଙ୍କ ଝିଅ ରାମେ ପଡିଆମି (୮) ଗୁରୁବାର ଅପରାହ୍ନ ପ୍ରାୟ ୨ ଟା ସମୟରେ ବିବେକ ଏବଂ ରାମେ ଦୁଇଜଣ ମିସି ସାଲମାରିକୋଣ୍ଡା ଗ୍ରାମରେ ତଥା ଦେବାଙ୍କ ଘର ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଦୁର୍ଭାଗ୍ୟ ବସତଃ ଦୁଇଜଣ ଶିଶୁ ଗାଧୋଇବା ସମୟରେ ଉକ୍ତ ପୋଖରୀରେ ଥିବା ଗଭୀର ଜଳରେ ବୁଡିଯାଇଥିଲେ । ଦୀର୍ଘ ସମୟଧରି ଏହି ୨ଜଣ ଶିଶୁ ଘରକୁ ନଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜିଖୋଜି କରି ଗାଁ ପୋଖରୀ ତୁଠ ନିକଟରେ ପହଂଚିଥିଲେ । ଉକ୍ତ ତୁଠରେ ଦୁଇଶିଶୁଙ୍କ ପୋଷାକ ପଡିଥିବା ଦେଖିବାକୁ ପାଇଥିଲେ । ୨ ଶିଶୁ ନିଖୋଜ ଥିବା ସମ୍ପର୍କରେ  ପରିବାର ଲୋକେ ଗ୍ରାମବାସୀଙ୍କୁ ଜଣାଇବା ପରେ ସମସ୍ତେ ପୋଖରୀର ଗଭୀର ଜଳରେ ପସି ଦୁଇ ଶିଶୁଙ୍କୁ ଖୋଜିଥିଲେ । ପାଣିଭିତରୁ ଅପରାହ୍ନ ପ୍ରାୟ ୪ ଟା ସମୟରେ ୨ ଶିଶୁଙ୍କ ମୃତ ଶରୀରକୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ । ଏହି ଘଟଣା ଚାରିଆଡେ ଖେଳିଯିବା ପରେ ଗାଁରେ ଶୁକାକୋଳ ପରିବେଶ ସୃଷ୍ଟି ହୋଇଥିଲ ।  ଏ ସମ୍ପର୍କରେ ପରିବାର ଲୋକେ କାଲିମେଳା ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିବା ପରେ  ଏତଲାକୁ ଭିତିକରି କାଲିମେଳା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୩/୨୦୧୯ ରୁଜୁ କରିବା ସହିତ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇ ଶିଶୁଙ୍କ ମୃତ ଶରୀରକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଶବ ବ୍ୟବଛେଦ ପରେ ଦୁଇ ଶିଶୁଙ୍କ ମୃତ ଶରୀରକୁ ସେମାନଙ୍କ ଅଭିଭାବକକଙ୍କୁ ପୁଲିସ ପ୍ରଦାନ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି । ଉସକାପାଲ୍ଲୀ ଗାଁର ବଜା ପଡିଆମିର ଝିଅ ରାମେ ପଡିଆମି  ସମ୍ପର୍କିୀୟ ମାମୁ  ଦେବା ମାଡକାମି ଘରକୁ ବୁଲିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories