www.samajalive.in
Monday, December 8, 2025
17.1 C
Bhubaneswar

‘ଗୋଟିଏ ଛିଙ୍କରେ ସରକାର ଭାଙ୍ଗିଯିବ’

ଭୋପାଳ: କେବଳ ଗୋଟିଏ ଛିଙ୍କରେ ମଧ୍ୟପ୍ରଦେଶର ଶାସନ କ୍ଷମତା ଦଖଲ କରିପାରିବୁ। କେବଳ ବସ୍‍ଙ୍କ ନିର୍ଦେଶକୁ ଅପେକ୍ଷା ରହିଛି। ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶର ବିଜେପି ମହାସଚିବ କୈଳାସ ବିଜୟଭାର୍ଗୀୟ। ସରକାର ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଅଭିଯୋଗ ପରେ କୈଳାସ ଉପରୋକ୍ତ ମତ ଦେଇଛନ୍ତି।
ଦୁଇ ଦିନ ପୂର୍ବେ ଦିଗବିଜୟ ସିଂହ କହିଥିଲେ ଯେ କମଲନାଥ ସରକାରକୁ ଭାଙ୍ଗିବା ପାଇଁ ଜଣେ କଂଗ୍ରେସ ବିଧାୟକଙ୍କୁ ବିଜେପି ୧୦୦ କୋଟି ଟଙ୍କା ଲାଞ୍ଚ ଯାଚିଥିଲା। ଏହାର ପ୍ରତିକ୍ରିୟାରେ ବିଜେପି ମହାସଚିବ କହିଛନ୍ତି ଯେ ଦିଗବିଜୟଙ୍କ ଅଭିଯୋଗ ମିଥ୍ୟା। ବର୍ତ୍ତମାନର କଂଗ୍ରେସ ସରକାର ବିଜେପିର ଦୟା ଉପରେ ନିର୍ଭର କରୁଛି। ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ଧରି ଶାସନ କରିଥିବା ବିଜେପି ପୁଣି କ୍ଷମତାକୁ ଫେରିବାକୁ ବେଶି ସମୟ ଲାଗିବନି। କେବଳ ହାଇକମାଣ୍ଡଙ୍କ ଇଚ୍ଛା ଓ ନିଷ୍ପତ୍ତିକୁ ଅପେକ୍ଷା କରାଯାଉଛି।
ଏହାର ପ୍ରତିକ୍ରିୟାରେ କଂଗ୍ରେସ କହିଛି ଯେ ବିଜେପି ଜନମତକୁ ଅପମାନିତ କରିଛି। ସରାକରୀ ଅଧିକାରୀ ଓ ଅମଲାଙ୍କୁ ଭୟଭୀତ କରି ସେମାନଙ୍କୁ ଅନୈତିକ କାମ କରାଇବା ପାଇଁ ଚାପ ସୃଷ୍ଟି କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories