ସମାଜ ଡିଜିଟାଲ ଡେସ୍କ: ମୃଦୁ ପାନୀୟ କୋକାକୋଲା ବୋତଲରେ ହଳଦିଆ ରଙ୍ଗର ଠିପି କେବେ ଦେଖିଛନ୍ତି ? ବୋଧ ହୁଏ ନାଁ। କୋକାକୋଲା ବୋତଲରେ ନାଲି ରଙ୍ଗର ଠିପି ଲାଗିଥିବା ଦେଖିବାକୁ ମିଳିଥାଏ। ହେଲେ କିଛି ବୋତଲରେ ହଳଦିଆ ଠିପି ବି ଲାଗିଥାଏ। କୁହାଯାଏ କମ୍ପାନୀ ପ୍ରତି ୧ ଲକ୍ଷ ବୋତଲ ମଧ୍ୟରୁ କୌଣସି ଗୋଟିଏ ବୋତଲରେ ହଳଦିଆ ରଙ୍ଗର ଠିପି ଲଗାଇଥାଏ। ଏହାର କାରଣ ହେଉଛି ୟେହୁଦୀ ଧର୍ମ।
ପ୍ରକୃତରେ ୟେହୁଦୀ ଧର୍ମରେ ଏକ ସମୟରେ ଲୋକମାନେ ମକ୍କା, ଗହମ ଆଦି କେତେକ ଶସ୍ୟ ଖାଆନ୍ତି ନାହିଁ। ଏହି ଅବସରକୁ ୟେହୁଦୀ ଧର୍ମର ଲୋକମାନେ ପାସ୍ଓଭର କୁହନ୍ତି। ସାଧାରଣ କୋକାକୋଲା କର୍ନ ସିରପ(ମକ୍କା)ରୁ ତିଆରି ହୋଇଥାଏ। ତେଣୁ ୟେହୁଦୀ ଲୋକମାନେ ସେହି ନିର୍ଦ୍ଦିଷ୍ଟ ସମୟରେ କୋକାକୋଲା ପିଅନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି କୋକାକୋଲା ଉକ୍ତ ଲୋକମାନଙ୍କ ଉଦ୍ଦେଶ୍ୟରେ ମକ୍କା(କର୍ନ ସିରପ) ମୁକ୍ତ କୋକାକୋଲା ପ୍ରସ୍ତୁତ କରିଥାଏ ଏବଂ ଏହି ବୋତଲ ଚିହ୍ନଟ ପାଇଁ ତାହା ଉପରେ ହଳଦିଆ ରଙ୍ଗର ଠିପି ଲଗାଇଥାଏ। ଏହାର ଅର୍ଥ ୟେହୁଦୀ ଲୋକମାନେ ଉକ୍ତ ମୃଦୁପାନୀୟକୁ ପାସଓଭର ସମୟରେ ପିଇପାରିବେ। ତେବେ ଏହି ସ୍ଵତନ୍ତ୍ର ମୃଦୁପାନୀୟର ସ୍ବାଦ କିଛି ଅଲଗା ନ ଥାଏ।



