www.samajalive.in
Monday, December 8, 2025
20.1 C
Bhubaneswar

କେନାଲ ପାଣି ଅଭାବ, ଚିନ୍ତାରେ ଚାଷୀ 

ପାଟଣା  : ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଯମୁନାପଶି, କୋଡ଼ଖମଣ, ଗୋଡ଼ିପୋଖରୀ, ପଦ୍ମପୁର, ପଦ୍ମକେଶରପୁର, ବରୁଡିପଶି, ଚେମଣା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧନୁର୍ଜୟପୁର, ବାରଡାଙ୍ଗୁଆ, ଭୃଙ୍ଗରାଜପଶି, ରାଜନଗର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ନୂଆଖମଣ,ବଳଭଦ୍ରପୁର ,ନୂଆଗାଁ ଆଦି ଗ୍ରାମ ମାନଙ୍କରେ ବର୍ଷା ଜଳ ତଥା କାନଝରୀ କେନାଲ ପାଣି ଅଭାବ ଯୋଗୁଁ ଧାନବିଲ ଫାଟି ଆଁ ହୋଇଗଲାଣି। ଏ ବର୍ଷ ଚାଷୀମାନେ ବର୍ଷା ଅଭାବରୁ ବିଳମ୍ବରେ ଧାନ ବେଉଷଣ କାର୍ଯ୍ୟ କରିଥିଲେ।  ବର୍ତ୍ତମାନ ବର୍ଷା ଛାଡ଼ିଯିବା ଏବଂ କାନଝରୀ କେନାଲ ପାଣି ବନ୍ଦ କରିଦେଇଥିବାରୁ ପିଲାର ଦେବା, ଘାସ ବାଛିବା ସମସ୍ୟା ଦେଖାଦେଇଛି। ଅତି ଶୀଘ୍ର କେନାଲ କର୍ତ୍ତୃପକ୍ଷ କେନାଲ ପାଣି ଯୋଗାଇ ଦେବାକୁ ଏହି ଅଞ୍ଚଳର ଚାଷୀମାନେ ଦୃଢ଼ ଦାବି ଜଣାଇଛନ୍ତି। ଯଦି କେନାଲ ପାଣି ଯୋଗାଇ ଦିଆ ନ ଯାଏ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories