www.samajalive.in
Sunday, December 7, 2025
15.1 C
Bhubaneswar

ଜେଲ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ନକଲି ଆକାଉଣ୍ଟ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଅଧିକାରୀଙ୍କୁ ବି ଛାଡୁ ନାହାଁନ୍ତି ସାଇବର ଠକ। ଜେଲ ଏଡିଜି ଅମିତାଭ ଠାକୁରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଠକେଇ କରିବାକୁ ଯୋଜନା କରିଛନ୍ତି ସାଇବର ଲୁଟେରା। ଇନଷ୍ଟାଗ୍ରାମରେ ଅମିତାଭ ଠାକୁରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଅମିତାଭ ଠାକୁର। କେହି ଜଣେ ସାଇବର ଠକ ଏଭଳି ଆକାଉଣ୍ଟ ଖୋଲି ପରିଚାଳିତ କରୁଥିବାରୁ ସେଥିରୁ କୌଣସି ମେସେଜ ଆସିଲେ ଆର୍ଥିକ କାରବାର ନକରିବାକୁ କହିଛନ୍ତି ଅମିତାଭ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କ୍ରାଇମବ୍ରାଞ୍ଚ, ଭୁବନେଶ୍ୱର ଡିସିପି ଓ ଇନଷ୍ଟାଗ୍ରାମକୁ ରିପୋର୍ଟ କରିଥିବା ନେଇ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories