www.samajalive.in
Tuesday, December 9, 2025
17.1 C
Bhubaneswar

ବାହାରିନ ଗସ୍ତରେ ସିଏଜି ଗିରୀଶଚନ୍ଦ୍ର ମୁର୍ମୁ: ଓଡ଼ିଆ ସଂସ୍କୃତି ,ଐତିହ ଏବଂ ପରମ୍ପରାକୁ ଜୀବିତ ରଖି ବିଦେଶରେ ଓଡ଼ିଶାର ନାମ ଓ ଗୌରବ ଅକ୍ଷୂର୍ଣ୍ଣ ରଖିବାକୁ ଆହ୍ବାନ

ନୂଆଦିଲ୍ଲୀ: ଭାରତୀୟ ମହାଲେଖା ନୀରିକ୍ଷକ (ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ବାହାରିନ ଗସ୍ତରେ ଯାଇଛନ୍ତି। ସେଠାରେ ବାହାରିନ ଓଡ଼ିଆ ସମାଜ ତରଫରୁ ଆୟୋଜିତ ଏକ ସଭାରେ ଶ୍ରୀ ମୁର୍ମୁ ଯୋଗ ଦେଇ ଓଡ଼ିଆ ସଂସ୍କୃତି ,ଐତିହ ଏବଂ ପରମ୍ପରାକୁ ଜୀବିତ ରଖି ବିଦେଶରେ ଓଡ଼ିଶାର ନାମ ଓ ଗୌରବ ଅକ୍ଷୂର୍ଣ୍ଣ ରଖିବା ପାଇଁ ଆହ୍ବାନ ଦେଇଥିଲେ। ଶ୍ରୀ ମୁର୍ମୁ ଜଣେ ୧୯୮୫ ମସିହାର ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

୨୦୨୦ ଅଗଷ୍ଟ ୬ ତାରିଖରେ ତାଙ୍କୁ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା ।ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ପ୍ରଥମ ଓଡ଼ିଆ । ସେ ଏହାପୂର୍ବରୁ ୨୦୧୯ ମସିହା ଅକ୍ଟୋବାର ମାସରେ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପ-ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ଓ ୨୦୨୦ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ଶ୍ରୀ ମୁର୍ମୁ ତାଙ୍କ ପ୍ରମୁଖ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

- Advertisement -

ବାହାରିନ୍ ଓଡ଼ିଆ ସମାଜର ସଭାପତି ପ୍ରଭାକର ପାଢ଼ୀ ନିଜ ବକ୍ତବ୍ୟରେ ରି ସମାଜ ତରଫରୁ କେତେକ ଆବଶ୍ୟକତା ଉପସ୍ଥାପନ କରିଥିଲେ । ଏହି ଆବଶ୍ୟକତାକୁ ଯଥାଶୀଘ୍ର ପୂରଣ ପାଇଁ ଶ୍ରୀମୁର୍ମୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ଵାଗତିକା ଦାସ,  ଅର୍ପିତା ସାହୁ ଏହି ସଭା କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରି ପ୍ରଶଂସିତ ହୋଇଥିଲେ । ସମାଜର ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories